ବାଲାକୋଟ୍ ଘଟଣାରେ ସତ ଲୁଚାଉଛି ପାକିସ୍ତାନ ! ଏୟାରଷ୍ଟ୍ରାଇକ୍ ହୋଇଥିବା ଅଂଚଳକୁ ଯିବାକୁ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ବାରଣ କରିଛି ପାକିସ୍ତାନ
ବାଲାକୋଟ୍ ସତ ଲୁଚାଉଛି ପାକିସ୍ତାନ
Kanak News is now on WhatsApp
Join and get latest news updates delivered to you via WhatsApp
ଯେଉଁ କୋଠା ଗୁଡିକୁ ଜୈସ୍ ମଦ୍ରାସା ଭାବେ ବ୍ୟବହାର କରି ଆତଙ୍କୀ ଟ୍ରେନିଂ ଦେଉଥିଲା , ସେଠାକୁ କୌଣସି ମିଡିଆକୁ କିନ୍ତୁ ଯିବାକୁ ଦେଉନି ପାକିସ୍ତାନ । ବାଲାକୋଟର କ୍ଷତିଗ୍ରସ୍ତ ଅଂଚଳକୁ ଯୋଗାଯୋଗ କରୁଥିବା ସମସ୍ତ ରାସ୍ତାରେ କଡା ପହରା ଦେଉଛନ୍ତି ପାକ୍ ସେନା । ଯେପରିକି କେହି ସେଠାକୁ ଯାଇ ଗ୍ରାଉଣ୍ଡ ଜିରୋର ବାସ୍ତବ ତଥ୍ୟ ନପାଆନ୍ତୁ । ଏଠାରେ ସୂଚନା ଦିଆଯାଇପାରେ, ଗତ ଫେବ୍ରୁଆରୀ ୨୬ ତାରିଖରେ ଭାରତ ଏୟାରଷ୍ଟ୍ରାଇକ୍ କରିବା ପରେ, ଭାରତ ଦାବି କରିଥିଲା ପ୍ରାୟ ୩୦୦ରୁ ଅଧିକ ଆତଙ୍କୀ ନିପାତ୍ ହୋଇଥିଲେ । ତେବେ ପାକ୍ ଏହାକୁ ଖଣ୍ଡନ କରିବା ସହ , ନିଜ ଇଛା ଅନୁସାରେ ଫଟୋ ଗଣମାଧ୍ୟମକୁ ଦେଇ, କିଛି ବି କ୍ଷତିହୋଇନଥିବା ଜଣାଇବାକୁ ଉଦ୍ୟମ କରୁଛି ।