ପୁଲୱାମା ଆକ୍ରମଣର ବଦଲା ! ଜେଶ-ଏ-ମହମ୍ମଦ ଆତଙ୍କବାଦୀ ଆଡ୍ଡା ଉପରେ ବାୟୁସେନାର ଆକ୍ରମଣ, ଭିଡିଓ ଜାରି କରି ଅଭିଯୋଗ ଆଣିଲା ପାକିସ୍ତାନ

1,509

ପୁଲଓ୍ଵାମା ଆକ୍ରମଣର ଜବାବ ଭାରତ ଦେଇଛି। ଗତକାଲି ମଧ୍ୟରାତ୍ରରେ ଭାରତୀୟ ବାୟୁସେନାର ଏକାଧିକ ବିମାନ ଭାରତ-ପାକ୍‌ ସୀମାର ନିୟନ୍ତ୍ରଣ ରେଖା ଭିତରକୁ ପ୍ରବେଶ କରି ବୋମା ମାଡ଼ କରିଛନ୍ତି । ଏହି ଆକାଶୀ ଆକ୍ରମଣରେ ପାକ୍‌ ସୀମା ଭିତରେ ଥିବା ଆତଙ୍କବାଦୀ କ୍ୟାମ୍ପ୍‌ଗୁଡ଼ିକ ଧ୍ୱଂସ ପାଇଛି। ଏହି ଆକ୍ରମଣରେ ଭାରତୀୟ ବାୟୁସେନାର ମିରେଜ୍‌ ୨୦୦୦ ଲଢୁଆ ବିମାନ ଅଂଶଗ୍ରହଣ କରିଥିଲା। ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ୧୦୦୦ କିଲୋଗ୍ରାମ ଓଜନର ବିସ୍ଫୋରକ ଥିବା ବୋମା ନିୟନ୍ତ୍ରଣ ରେଖା ଆରପଟରେ ଥିବା ଆତଙ୍କବାଦୀ କ୍ୟାମ୍ପ୍‌ ଉପରକୁ ନିକ୍ଷେପ କରାଯାଇଛି। ଭାରତୀୟ ବାୟୁସେନା ଏ ସଂପର୍କରେ ସୂଚନା ଦେଇଛି।

ଆତଙ୍କବାଦୀ ଶିବିରଗୁଡ଼ିକ ଉପରେ ହୋଇଥିବା ଏହି ଆଚାନକ ଆକ୍ରମଣରେ ୧୨ଟି ମିରେଜ୍‌ ୨୦୦୦ ଜେଟ୍‌ ଲଡୁଆ ବିମାନ ଅଂଶ ଗ୍ରହଣ କରିଥିଲେ। ସୂଚନା ଅନୁସାରେ, ଫେବ୍ରୁଆରି ୨୬ ତାରିଖ ଭୋର୍‌ ୩ଟା ୩୦ ମିନିଟ୍‌ ସମୟରେ ବାୟୁସେନା ପକ୍ଷରୁ ଏହି ଅପରେସନ କରାଯାଇଛି। ପାକ୍‌ ଅଧିକୃତ କଶ୍ମୀରରେ ଥିବା ସମସ୍ତ ଆତଙ୍କବାଦୀ କ୍ୟାମ୍ପକୁ ସଂପୂର୍ଣ୍ଣ ଭାବେ ଧ୍ୱଂସ କରାଯାଇଛି ବୋଲି ବାୟୁସେନା ସୂତ୍ରରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ପାକିସ୍ତାନର ମେଜର୍‌ ଜେନେରାଲ୍‌ ଆସିଫ୍‌ ଗଫୁର୍‌ ଟୁଇଟ୍‌ କରି ଭାରତୀୟ ବାୟୁ ସେନା ପାକ୍‌ ସୀମା ମଧ୍ୟରେ ପଶି ଆକ୍ରମଣ କରିଥିବା କଥା ସ୍ୱୀକାର କରିଛନ୍ତି। ଗୁଫୁର ତାଙ୍କ ଟୁଇଟ୍‌ରେ ଲେଖିଛନ୍ତି ଭାରତ ପାକ୍‌ ସାମାର ମୁଜାଫରାବାଦ୍‌ ସେକ୍ଟରରେ ଭାରତୀୟ ବାୟୁସେନାର ବିମାନ ପ୍ରବେଶ କରିଥିଲା। ଏହାପରେ ପାକ୍‌ ବିମାନ ବାହିନୀ ପକ୍ଷରୁ ସଙ୍ଗେ ସଙ୍ଗେ ଏହାର ଜବାବ ଦିଆଯାଇଥିଲା। ପାକ୍‌ ବିମାନ ପକ୍ଷରୁ ଭାରତୀୟ ବିମାନ ଉପରକୁ ଆକ୍ରମଣ କରାଯାଇଥିଲା ବୋଲି ସେ ଲେଖିଛନ୍ତି।

ପାକିସ୍ତାନର ଏଭଳି ଅଭିଯୋଗ ପରେ ପାକିସ୍ତାନର ଜଣେ ପତ୍ରକାର ଅର୍ସଲାମ ସିଦ୍ଧିକ୍ ଏକ ଭିଡିଓ ମଧ୍ୟ ନିଜ ଟୁଇଟର ପେଜରେ ସେୟାର କରିଛନ୍ତି । ଏହି ଭିଡିଓରେ କଥିତ ଭାବରେ ପାକିସ୍ତାନ ସେନା ଭାରତୀୟ ଲଡାକୁ ବିମାନ ଉପରକୁ  ସ୍ପର୍ଟ ସର୍ଟ କରିଥିଲେ ଏବଂ ବିମାନ ସେଠାରୁ ଫେରୁଥିବାର ନଜର ଆସିଛି । ତେବେ ଏହି ଭିଡିଓରୁ ସେଭଳି କିଛି ସ୍ପଷ୍ଟ ଜଣାପଡୁନାହିଁ ।

ସେପଟେ, ଭାରତ ଉପରେ ସୀମା ଉଲଂଘନ ଅଭିଯୋଗ ଆଣି ଟୁଇଟ କରିଛି । ପାକିସ୍ତାନୀ ସେନା ମୁଖପାତ୍ର ଜେନେରାଲ ଆସିଫ ଗଫୁର ଭାରତ ବିରୋଧରେ ଅଭିଯୋଗ ଆଣି ଟୁଇଟରେ କହିଛନ୍ତି, ଭାରତୀୟ ବାୟୁସେନା ମୁଜଫରାପୁର ସେକ୍ଟରରେ ପ୍ରବେଶ କରିବାକୁ ଉଦ୍ୟମ କରିଛି । ସେ ଲେଖିଛନ୍ତି, ପାକିସ୍ତାନୀ ସେନା ଦ୍ୱାରା ଠିକ ସମୟରେ ପ୍ରଭାବୀ ଜବାବ ଦିଆଯାଇଛି । ସେ କହିଛନ୍ତି, ଏହି ଘଟଣା ଯୋଗୁଁ କୌଣସି ଅସୁବିଧା ହୋଇ ନାହିଁ । ପାକିସ୍ତାନ ସୋମବାର ଏବଂ ମଙ୍ଗଳବାର ରାଜୌରୀ ଏବଂ ପୁଂଛ ଜିଲ୍ଲାରେ ନିୟନ୍ତ୍ରଣ ରେଖା ନିକଟରେ ଅସ୍ତ୍ରବିରତି ଉଲଂଘନ କରିଛି । ପାକିସ୍ତାନୀ ସେନା ରାତିରେ ଗୁଳି ବର୍ଷା କରିଥିବା ବେଳେ ଭାରତୀୟ ଯବାନମାନେ ଏହାର ଯବାବ ଦେଉଛନ୍ତି ।