ଭାରତ ଫେରିବେ ପାକିସ୍ତାନରେ ବନ୍ଦୀ ଥିବା ଭାରତୀୟ ଯୁବକ : ୬ବର୍ଷ ପୂର୍ବେ ପ୍ରେମିକାକୁ ପାକିସ୍ତାନ ଭେଟିବାକୁ ଯାଇ ଜେଲ ଦଣ୍ଡ ଭୋଗୁଥିଲେ

ମୁମ୍ବାଇର ନିବାସୀ ଅନ୍ସାରୀ(୩୩) ପେଶାବରର କେନ୍ଦ୍ରୀୟ ଜେଲରେ ଅଛନ୍ତି ।

142

ପାକିସ୍ତାନର ଏକ ଶୀର୍ଷ ଅଦାଲତ ପାକିସ୍ତାନରେ କଏଦ ଥିବା ଜଣେ ଭାରତୀୟ ଯୁବକଙ୍କୁ ଭାରତ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ୧୫ ଡିସେମ୍ବରରେ ୩ବର୍ଷ ଜେଲ୍ ଦଣ୍ଡ ପୁରା କରିବାକୁ ଯାଉଥିବା ଭାରତୀୟ ଯୁବକ ହାମିଦ ନିହାଲ ଅନ୍ସାରୀଙ୍କୁ ଭାରତ ପଠାଇବାର ଔପଚାରିକତା ପୁରା କରିବା ପାଇଁ ପାକିସ୍ତାନର ଶୀର୍ଷ ଅଦାଲତ ଗୋଟିଏ ମାସ ସମୟ ଦେଇଛନ୍ତି । ମୁମ୍ବାଇର ନିବାସୀ ଅନ୍ସାରୀ(୩୩) ପେଶାବରର କେନ୍ଦ୍ରୀୟ ଜେଲରେ ଅଛନ୍ତି । ତାଙ୍କୁ ସୈନ୍ୟ ଅଦାଲତ ନକଲି ପାକିସ୍ତାନୀ ପରିଚୟ ପତ୍ର ରଖିବାକୁ ନେଇ ୧୫ ଡିସେମ୍ବର, ୨୦୧୫ରେ ୩ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଥିଲେ । ହାମିଦଙ୍କୁ ୨୦୧୨ରେ ଅବୈଧ ରୂପେ ପାକିସ୍ତାନରେ ଅନୁପ୍ରବେଶ କରଥିବା ଅପରାଧରେ ଗିରଫ କରାଯାଇଥିଲା । ସୂଚନାଯୋଗ୍ୟ, ଜଣେ ପାକିସ୍ତାନୀ ଯୁବତୀ ପ୍ରେମରେ ପଡିଥିଲେ ଜଣେ ଭାରତୀୟ ମୁସଲମାନ୍ ଯୁବକ। ଫେସବୁକ୍ ଜରିଆରେ ସେ ପ୍ରେମରେ ପଡିଥିଲେ। ତା’ପରେ ଏହି ଯୁବକ ହାସିଦ୍ ଅନସାରୀ ପ୍ରେମିକାକୁ ଭେଟିବା ପାଇଁ ଆଫଗାନିସ୍ତାନ ବାଟ ଦେଇ ପାକିସ୍ତାନରେ ପହଞ୍ଚିଥିଲେ।

ଏହି ଅପରାଧରେ ଜଣକୁ ସର୍ବାଧିକ ତିନି ବର୍ଷ ଜେଲଦଣ୍ଡର ପ୍ରାବଧାନ ରହିଛି। ହାମିଦକୁ ୨୦୧୫ରେ ଜେଲ୍ରୁ ମୁକ୍ତ କରାଇ ଭାରତ ପଠାଇବାର କଥା, ମାତ୍ର ପାକିସ୍ତାନ ସରକାର ତାହା କରି ନଥିଲେ। ଏହି ମାମଲାରେ ୯୫ ଥର ଭାରତୀୟ ଅଧିକାରୀମାନେ ପାକିସ୍ତାନ ସରକାରଙ୍କୁ ପତ୍ର ଲେଖିଛନ୍ତି।ଏହାପରେ ହାମିଦଙ୍କ ମାମଲାରେ ଜଣେ ମହିଳା ସାମ୍ବାଦିକ ମୁଣ୍ଡ ପୁରାଇଥିଲେ।ସେ ହାମିଦ୍ ଅନସାରୀ ମାମଲାରେ ନ୍ୟାୟାଳୟରେ ସାକ୍ଷ୍ୟ ଦେବାକୁ ଯାଇଥାନ୍ତେ।ଏହି ସାମ୍ବାଦିକାଙ୍କ ନାଆଁ ହେଲା ଜୀନତ୍ ଶହଜାଦୀ। ତାଙ୍କୁ ହଠାତ୍ ଅପହୃତ କରାଗଲା ଓ ଦୁଇ ବର୍ଷ ପରେ ଛଡାଯାଇଥିଲା। ସେ ପୁଣି ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ। ଏବେ ପାକିସ୍ତାନ ନ୍ୟାୟାଳୟ ହାମିଦକୁ ମୁକ୍ତ କରି ମାସକ ଭିତରେ ଭାରତ ପଠାଇବା ଲାଗି ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.