ପାକିସ୍ତାନରେ ବି ମୋଦି ମାନିଆ : ଭାଷଣ ଓ ନିର୍ବାଚନ ପ୍ରଚାରରେ ଦେଖିବା ପାଇଁ ମିଳୁଛି ଭାରତର ପ୍ରଧାନମନ୍ତ୍ରୀଙ୍କ ଜଲୱା

42

କନକ ବ୍ୟୁରୋ : ଆଗାମୀ ଜୁଲାଇ ୨୫ ତାରିଖରେ ପଡ଼ୋଶୀ ଦେଶ ପାକିସ୍ତାନରେ ସାଧାରଣ ନିର୍ବାଚନ । ଏଥିପାଇଁ ସମସ୍ତ ଦଳ ଜୋରସୋରରେ ନିର୍ବାଚନ ପ୍ରଚାର ଚଳାଇଛନ୍ତି । ଲୋକଙ୍କୁ ଆକର୍ଷିତ କରିବା ପାଇଁ ନେତାମାନେ ବିଭିନ୍ନ ଉପାୟ ଆପଣାଉଛନ୍ତି । ନିର୍ବାଚନରେ ବିଜୟ ହାସଲ କରିବା ପାଇଁ ଶତ୍ରୁକୁ ମିତ୍ର ଓ ମିତ୍ରକୁ ଶତ୍ରୁ କରିବା ପାଇଁ ମଧ୍ୟ ପଛାଉ ନାହାନ୍ତି । ତେବେ ଏସବୁ କରିବା ନହାତି ସାଧାରଣ କଥା । କାରଣ ନିର୍ବାଚନ ସମୟରେ ହିଁ ନେତାମାନେ ଜନତାଙ୍କ ନିକଟରତର ହୁଅନ୍ତି । ଆଉ ଅନେକ ମିଛ ପ୍ରତିଶ୍ରୁତି ଦେଇ ସାଧାରଣ ଜନତାଙ୍କ ହୃଦୟ ଜିତିବା ପାଇଁ ଚେଷ୍ଟା କରନ୍ତି । ନିର୍ବଚାନରେ ବିଜୟ ହାସଲ କଲେ କ’ଣ କ’ଣ କରିବେ ସେ ନେଇ ନେତାମାନେ ତାଲିକା ଦେଇଦିଅନ୍ତି ।

ତେବେ ନିର୍ବାଚନରେ ଜତନାଙ୍କୁ ନିଜଆଡ଼େ ଆକର୍ଷିତ କରିବା ପାଇଁ ନେତାମାନେ ଏପରି ଉପାୟ ଆପଣାଇବା ସାଧାରଣ କଥା । କିନ୍ତୁ ଶତ୍ରୁ ଦେଶର ପ୍ରଧାନମନ୍ତ୍ରୀଙ୍କୁ ମୁଦ୍ଦା କରି ନିର୍ବାଚନ ପ୍ରଚାର କରିବା ନିହାତି ନୂଆ କଥା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ମୋଦି ଏବେ ପାକିସ୍ତାନ ନିର୍ବାଚନରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ପାକିସ୍ତାନରେ ନେତାମାନେ ନିର୍ବାଚନ ଜିତିବା ପାଇଁ ମୋଦିଙ୍କ ସାହାରା ନେଉଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେଉଥିବେ ମୋଦି ବା କେଉଁ ଉପାୟରେ ସେମାନଙ୍କୁ ସାହାଯ୍ୟ କରୁଛନ୍ତି । ସୂଚନା ଅନୁସାରେ ନିର୍ବାଚନ ଜିତିବା ପାଇଁ ନେତାମାନେ ଲୋକଙ୍କ ଆଗରେ ଅପିଲ କରୁଛନ୍ତି, ଏପରି ଜଣେ ନେତା ବାଛନ୍ତୁ ଯିଏ ମୋଦିଙ୍କୁ ରୋକିପାରିବ । କେବଳ ଏତିକି ନୁହେଁ ମୋଦିଙ୍କ ଭାଷଣକୁ ମଧ୍ୟ କପି କରୁଛନ୍ତି ପାକିସ୍ତାନୀ ନେତା । ସାଧାରଣ ଭାବେ କହିବାକୁ ଗଲେ ମୋଦିଙ୍କ ଷ୍ଟାଇଲକୁ ଅସ୍ତ୍ର କରୁଛନ୍ତି ପାକିସ୍ତାନୀ ନେତା ।

ଚଳିତ ଥର ପାକିସ୍ତାନରେ ଏକ ନାରା ଖୁବ ଲୋକପ୍ରିୟ ହେଉଛି, ଏହା ଇଲେକ୍ସନ ନୁହେଁ ସିଲେକ୍ସନ ଅଟେ । ପୂର୍ବତନ କ୍ରିକେଟର ଇମରାନ ଖାନଙ୍କ ଦଳକୁ ତହରିକ-ଏ-ଇନସାଫକୁ ଛାଡ଼ିଦେଲେ ସମସ୍ତ ଦଳ ଏହି ନାରା ଦେଇଉଛନ୍ତି । ପ୍ରକୃତ କଥା ହେଲା ଇମରାନ୍ ଖାନ୍ ଏବେ ପାକିସ୍ତାନ ସେନାର ପ୍ରିୟଭାଜନ ହୋଇପାରିଛନ୍ତି । ସେନା ବିରୋଧରେ ସେ ମୁହଁ ଖୋଲୁନାହାନ୍ତି । ଇଦ୍ ଅବସରରେ ପାକିସ୍ତାନୀ ଜନତାଙ୍କୁ ଉଦବୋଧନ ଦେଇଥିଲେ ଇମରାନ ଖାନ । ସେ କହିଥିଲେ, ପାକିସ୍ତାନ ଯଦି ଭାରତ ପରି ବିକାଶଶୀଳ ହେବାକୁ ଚାହୁଁଛି, ତେବେ ତାଙ୍କୁ ଭୋଟ୍ ଦିଅନ୍ତୁ । ଆମେ ପାକିସ୍ତାନକୁ ଆଉ ଆଗକୁ ନେଇଯିବ. ଯେପରି ଭାରତ ପ୍ରଧାନମନ୍ତ୍ରୀ ଭାରତକୁ ଆଗକୁ ନେଉଛନ୍ତି ।

୫ ଜୁଲାଇରେ ଇମରାନ୍ ଏକ ଟ୍ୱିଟ୍ କରିଥିଲେ, ଯେଉଁଠି ସେ ମୋଦିଙ୍କ ନକଲ କରାଯାଇଥିବାର ଦେଖାଗଲା । ସେ ଏଥିରେ ପରିବାରବାଦ ବିରୋଧରେ ସ୍ୱର ଉଠାଇଥିଲେ, ଯେପରି ମୋଦି ରାଲିରେ ଭାଷଣ ଦିଅନ୍ତି । ସୂଚନାଯୋଗ୍ୟ ପାକିସ୍ତାନ ତହରୀକ-ଏ- ଇନସାଫ ଅଧ୍ୟକ୍ଷ ଇମରାନ୍ ଖାନ ଚଳିତ ଥର ଲାହୋର ସମେତ ଆଉ ୫ଟି ସ୍ଥାନରୁ ନିର୍ବାଚନ ମଇଦାନକୁ ଓଲହାଇଛନ୍ତି । ସୂଚନାଯୋଗ୍ୟ ଲାହୋରରୁ କେବେ ନିର୍ବାଚନ ଜିତିନାହାନ୍ତି । ଲାହୋରରୁ ଯେତେଥେର ନିର୍ବାଚନ ଲଢ଼ିଛନ୍ତି, ସେ ସବୁବେଳେ ପରାଜିତ ହୋଇଛନ୍ତି ।