ପାକିସ୍ତାନ ପୋଲିସ ଅଧିକାରୀ କହିଲେ ଅନିଲ କପୁରଙ୍କ ଡାଏଲଗ୍ ! ଚାଲିଗଲା ଚାକିରି ।

372

ପାକିସ୍ତାନର ଜଣେ ପୋଲିସ ଅଧିକାରୀଙ୍କ ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ସସପେଣ୍ଡ କରିଦିଆଯାଇଛି । ଇନ୍ସପେକ୍ଟର ଅରଶଦ ପଞ୍ଜାବ ପାକପଟ୍ଟନର କଲ୍ୟାନ୍ ପୋଲିସ ଷ୍ଟେସନରେ ନିୟୋଜିତ ଥିଲେ । କୁହାଯାଉଛି ଦୁଇଟି ଭିଡିଓରେ ଇନ୍ସପେକ୍ଟର ରହିଛନ୍ତି, ଯାହା ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି । ଗୋଟିଏ ଭିଡିଓରେ ପାକିସ୍ତାନୀ ପୋଲିସ ଅଧିକାରୀ ଅନିଲ କାପୁରଙ୍କ ଫିଲ୍ମ ଡାଏଲଗ୍ କହୁଥିବାର ନଜର ଆସୁଛନ୍ତି । ତେବେ ତାଙ୍କ ବିରୋଧରେ ଏବେ ତଦନ୍ତ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି ।

ଭିଡିଓରେ ସେ କହୁଛନ୍ତି ଯେ, ‘ଦୋ ବକ୍ତ କି ରୋଟି କମାତା ହୁଁ, ପାଞ୍ଚ ବକ୍ତ କି ନମାଜ ପଢତା ହୁଁ… ଇସସେ ଯାଦା ମେରି ଜରୁରତ ନେହିଁ ଅର୍ ମୁଝେ ଖରିଦନେ କି ତେରି ଓକାତି ନେହିଁ..’ । ତେବେ ଏହା ୨୦୧୭ରେ ରିଲିଜ୍ ହୋଇଥିବା ଅନିଲ କାପୁରଙ୍କ ଫିଲ୍ମ ସୁଟଆଉଟ୍ ଆଟ୍ ୱାଡାଲାର ଅଟେ । ସେହିପରି ଦ୍ୱିତୀୟ ଭିଡିଓରେ ଏହି ପୋଲିସ ଅଧିକାରୀ ଜଣଙ୍କ ଜଣେ ମହିଳାଙ୍କ ସହ ନାଚୁଥିବା ଦୃଶ୍ୟ ରହିଥିବା କୁହାଯାଉଛି । ଆଉ ଏତିରେ ମଧ୍ୟ ସେ ଭାରତୀୟ ସଙ୍ଗୀତରେ ନାଚୁଥିବା ଜଣାପଡିଛି । ଏହି ଭିଡିଓ ଭାଇରାଲ ହେବା ପରେ ପାକପଟ୍ଟନ ଜିଲ୍ଲା ପୋଲିସ ଅଧିକାରୀ ମାରିଆ ମହମ୍ମୁଦ ଅରଶଦଙ୍କୁ ସସପେଣ୍ଡ କରିଦେଇଛନ୍ତି ।