ଭୟରେ ଥରୁଛନ୍ତି ଇମ୍ରାନ୍ : କାଳେ ପରମାଣୁ ଅସ୍ତ୍ରଶସ୍ତ୍ର ପ୍ରୟୋଗ କରିବ ଭାରତ, ବିଶ୍ୱ ଦରବାରରେ ପୁଣି ଗୁହାରୀ ଜଣାଇଲା ପାକିସ୍ତାନ

5,801

କନକ ବ୍ୟୁରୋ : ଦିନେ ପରମାଣୁ ଅସ୍ତ୍ରଶସ୍ତ୍ର ପ୍ରୟୋଗ ପାଉଁ ଧମକ ଦଉଥିଲା, ଆଉ ଆଜି ଭୟରେ ଥରୁଛି ପାକିସ୍ତାନ । ଭାରତ ପରମାଣୁ ଅସ୍ତ୍ରଶସ୍ତ୍ର ପ୍ରୟୋଗ କରିବ ଚିନ୍ତା କରି ଡରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ । ଏବେ ବିଚଳିତ ହୋଇପଡିଛନ୍ତି ଇମ୍ରାନ । ଭାରତକୁ ବିଶ୍ୱ ସମୁଦାୟରେ ନିନ୍ଦିତ କରିବା ପାଇଁ ନୂଆ ଷଡଯନ୍ତ୍ର ଆରମ୍ଭ କରିଛନ୍ତି । ପରମାଣୁ ଅସ୍ତ୍ରଶସ୍ତ୍ର ପ୍ରୟୋଗ ନୀତିରେ ପରିବର୍ତ୍ତନ ହୋଇପାରେ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବୟାନ ପରେ ପଣମାଣୁ ଧମକ ଦେଉଥିବା ପାକ୍ ବାଟକୁ ଆସିଛି । ଚାରିଆଡ଼ୁ ମାତ୍ ଖାଇବା ପରେ ଦେବାଳିଆ ଅବସ୍ଥାରେ ଥିବା ପାକ୍ ବିଶ୍ୱ ଦରବାରରେ ଗୁହାରୀ ଜଣାଇଛି । ପରମାଣୁ ଅସ୍ତ୍ରଶସ୍ତ୍ର ପ୍ରୟୋଗ ଭୟରେ ଇମ୍ରାନ୍ ଖାନ୍ ଲଗାତାର ଅନେକ ଟ୍ୱିଟ୍ କରିଛନ୍ତି ।

ଗୋଟିଏ ପଟେ ଭାରତକୁ ଉସକାଉଛି, ଅନ୍ୟପଟେ ଭାରତର ପରମାଣୁ ଅସ୍ତ୍ରଶସ୍ତ୍ରକୁ ଡରୁଛି ପଡ଼ୋଶୀ ଦେଶ । ପ୍ରତିରକ୍ଷା ମନ୍ତ୍ରୀଙ୍କ ବୟାନ ପରେ ହଡ଼ବଡ଼େଇ ଯାଇଛନ୍ତି ଇମ୍ରାନ ସରକାର । ପରିସ୍ଥିତି ଆସିଲେ ପ୍ରଥମେ ପରମାଣୁ ଅସ୍ତ୍ର ବ୍ୟବହାର ନକରିବାର ନୀତିରେ ନିଶ୍ଚିତ ପରିବର୍ତ୍ତ କରାଯିବ ବୋଲି ପୂର୍ବରୁ ବୟାନ ଦେଇଥିଲେ ରାଜନାଥ ସିଂ । ପରମାଣୁ ଅସ୍ତ୍ରଶସ୍ତ୍ରର ନିୟନ୍ତ୍ରଣ ଫାଶୀବାଦୀ ମୋଦି ସରକାରଙ୍କ ହାତରେ ରହଛି ବୋଲି ଇମ୍ରାନ୍ ଖାନ୍ ଲଗାତାର ଟ୍ୱିଟ କରି ଲେଖିଛନ୍ତି । ବିଶ୍ୱ ସମୁଦାୟ ଏପରି ସମ୍ବେଦନଶୀଳ ପ୍ରସଙ୍ଗକୁ ଗୁରୁତର ସହ ନେବା ଜରୁରୀ ।

ସମସ୍ତେ ଜାଣନ୍ତି ଭାରତ ଏକ ଶାନ୍ତିପ୍ରିୟ ଦେଶ । ନିଜ ପକ୍ଷରୁ କେବେ ପ୍ରଥମେ ପରମାଣୁ ଅସ୍ତ୍ରଶସ୍ତ୍ର ପ୍ରୟୋଗ କରିବ ନାହିଁ ବୋଲି ବାରମ୍ବାର ସ୍ୱଷ୍ଟ କରିଛି ଦେଶ । ହେଲେ ପାକିସ୍ତାନ ରଚୁଥିବା ଷଡ଼ଯନ୍ତ୍ରକୁ ନଜରରେ ରଖି ନୀତି ପରିବର୍ତ୍ତନ କରିଛି ଭାରତ । ଇମ୍ରାନ ଖାନ୍ ଆଉ ଏକ ଟ୍ୱିଟ୍ କରି ଲେଖିଛନ୍ତି, ମୋଦି ସରକାର କେବଳ ପାକିସ୍ତାନ ପାଇଁ ନୁହେଁ ଭାରତର ମୁସଲମାନ ସଂପ୍ରଦାୟ ଓ ନେହରୁ-ଗାନ୍ଧୀ ଭାରତ ପାଇଁ ବିପଦ ସାଜିଛନ୍ତି ।

ପୁଣି ଥରେ କଶ୍ମୀର ମୁଦ୍ଦା ଉଠାଇ ବାରଦ୍ୱାର ହୋଇ ଗୋଡ଼ ଧରିବା ଆରମ୍ଭ କରିଛି । ଚୀନ ବ୍ୟତୀତ ଅନ୍ୟ ଦେଶର ସମର୍ଥନ ନମିଳିବା ସତ୍ୱେ ପୁଣି ଭାରତ ବିରୋଧରେ ଷଡ଼ଯନ୍ତ୍ର ଚଳାଇଛି । ଇମ୍ରାନ୍ ଲେଖିଛନ୍ତି, ଭାରତର ବର୍ତ୍ତମାନ ସ୍ଥିତି ଅତି ଭୟଙ୍କର ଓ ଦୟନୀୟ । ୩୭୦ ଉଚ୍ଛେଦ ପରେ କାଶ୍ମୀରର ୯୦ ଲକ୍ଷ ମୁସଲମାନ୍ ଡରରେ ଜୀବନ ବିତାଉଛନ୍ତି । ଏହାର ସମାଧାନ ସ୍ୱରୂପ ଭାରତ ସରକାରଙ୍କ ଘୃଣିତ ବିଚାରଧାର ଯୋଗୁଁ ଆଗାମୀ ସମୟରେ ଏହାର ଅନେକ କୁପ୍ରଭାବ ପଡ଼ିବ । ଜାମ୍ମୁ-କାଶ୍ମୀରକୁ ସଂଯୁକ୍ତ ରାଷ୍ଟ୍ରର ପର୍ଯ୍ୟବେକ୍ଷକ ପଠାଇବା ଜରୁରୀ ।

ସୂଚନାଯୋଗ୍ୟ ମୋଦି ସରକାର ଜାମ୍ମୁ-କାଶ୍ମୀରରୁ ୩୭୦ ଉଚ୍ଛେଦ କରିବା ପରେ ଭାରତର ଅନ୍ତରୀଣ ମାମଲାରେ ଅଯଥା ମୁଣ୍ଡ ପୁରାଉଛି ପାକିସ୍ତାନ । ବାରମ୍ବାର ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରୁଥିବାର ମଧ୍ୟ ଦେଖିବାକୁ ମିଳୁଛି । ଲଗାତର ଭାରତ ବିରୋଧୀ ଷଡ଼ଯନ୍ତ୍ର ଚଳାଇଛି ।