ମୋଦିଙ୍କୁ ନକଲ କରୁଛନ୍ତି କି ଇମ୍ରାନ ଖାନ ? ପାକିସ୍ତାନରେ ଆରମ୍ଭ କଲେ ଭାରତ ଭଳି ୬ଟି ସ୍କିମ୍

35

ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ହେବା ପରେ ରବିବାର ଦିନ ପ୍ରଥମ ଥର ପାକିସ୍ତାନର ଜନତାଙ୍କୁ ସମ୍ବୋଧିତ କଲେ । ପାକିସ୍ତାନର ପିଏମ୍ ଇମ୍ରାନ ଖାନ ଦେଶର ବର୍ତ୍ତମାନର ପରିସ୍ଥିତି ଓ ଭବିଷ୍ୟତର ଯୋଜନା ଗୁଡିକର ବ୍ଲୁ ପ୍ରିଣ୍ଟ ଉପସ୍ଥାପିତ କରିଛନ୍ତି । ଇମ୍ରାନ ଖାନ କିଛି ନୂଆ ଏମିତି ଯୋଜନା ଉପସ୍ଥାପିତ କରିଛନ୍ତି, ଯେଉଁଥିରୁ କିଛି ଯୋଜନା ଏମିତି ଅଛି, ଯାହା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମେଳ ଖାଏ । ଆସନ୍ତୁ ଆମେ ଆପଣଙ୍କୁ ଜଣେଇବୁ କେଉଁ ଯୋଜନା ଗୁଡିକର ନକଲ ହୋଇଛି ।

୧. ସ୍ୱଚ୍ଛ ଭାରତକୁ ଦେଖି ସାଫ୍ ପାକିସ୍ତାନର ଯୋଜନା : ଇମ୍ରାନଙ୍କ ମୁତାବକ, ପାକିସ୍ତାନକୁ ୱାଲ୍ଡ କ୍ଲାସ ଦେଶ ବନାଇବା ପାଇଁ ଓ ପର୍ଯ୍ୟଟନକୁ ସମର୍ଥନ କରିବା ପାଇଁ ଏହା ଜରୁରୀ ଯେ, ଦେଶକୁ ସଫାସୁତୁରା ରଖିବା । ସେ ଲୋକଙ୍କୁ ଆସନ୍ତା ୫ ବର୍ଷ ଭିତରେ ଦେଶକୁ ସ୍ୱଚ୍ଛ କରିବା କଥା କହିଛନ୍ତି ।

୨. ଆୟୁଷ୍ମାନ ଯୋଜନା ଭଳି ମାଗଣାରେ ସ୍ୱାସ୍ଥ୍ୟ ବୀମା ଯୋଜନା : ଇମ୍ରାନ ତାଙ୍କ ଭାଷଣରେ ପାକିସ୍ତାନରେ ସ୍ୱାସ୍ଥ୍ୟ ସୁବିଧାର ପରିସ୍ଥିତି ଉପରେ ଚିନ୍ତା ବ୍ୟକ୍ତ କରି କହିଛନ୍ତି କି ତାଙ୍କ ସରକାର ସାଧାରଣ ଲୋକଙ୍କ ପରିବାରକୁ ୫ ଲକ୍ଷ ପାକିସ୍ତାନୀ ଟଙ୍କାର ମୂଲ୍ୟର ମାଗଣା ଚିକିତ୍ସା ଯୋଗାଇ ଦେବ । ଏଥିପାଇଁ ପାକିସ୍ତାନ ହେଲଥ୍ କାର୍ଡ ଜାରି କରିବ । ମୋଦି ସରକାର ମଧ୍ୟ ଆୟୁଷ୍ମାନ ଯୋଜନା ଅଧିନରେ ଗରୀବ ପରିବାରଙ୍କୁ ୫ ଲକ୍ଷ ଟଙ୍କା ବାର୍ଷିକ ଚିକିତ୍ସା ମାଗଣା ଦେବାକୁ ଘୋଷଣା କରିଛନ୍ତି ।

୩. ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ସବକେ ଲିୟେ ଘର : ପାକିସ୍ତାନର ପ୍ରଧାନମନ୍ତ୍ରୀ ଦେଶର ପ୍ରତ୍ୟେକ ପରିବାରକୁ ଘର ଯୋଗାଇବା ପାଇଁ ପ୍ରତିଜ୍ଞା କରିଛନ୍ତି । ଏହା ଅଧିନରେ ତାଙ୍କ ସରକାର ଆସନ୍ତା ବର୍ଷରେ ୫୦ ଲକ୍ଷ ନୂଆ ଘର ନିର୍ମାଣ କରିବ । ଭାରତରେ ମୋଦି ସରକାର ମଧ୍ୟ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଘର ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ କାମ କରୁଛି ।

୪. ସ୍ୱଜଳ ସ୍କିମ ଭଳି ସବକୋ ସାଫ୍ ପାନୀ : ପାକିସ୍ତାନର ଲୋକଙ୍କୁ ସଫା ପାଣି ମିଳିପାରୁନି । କରାଚି ଭଳି ସହରରେ ଟ୍ୟାଙ୍କର ମାଫିଆ ସୃଷ୍ଟି ହେଲେଣି । ତାଙ୍କ ସରକାର ଏହା ସୁନିଶ୍ଚିତ କରିବ କି ପାକିସ୍ତାନର ପ୍ରତ୍ୟେକ ସହରକୁ ସଫା ପାଣି ମିଳିପାରିବ ।

୫. ମୁଦ୍ରା ଭଳି ବିଜନେସ୍ ଫଣ୍ଡିଙ୍ଗ ସ୍କିମ୍ ର ଘୋଷଣା : ଇମ୍ରାନ, ଦେଶରେ ବଢ଼ୁଥିବା ବେକାରୀଙ୍କୁ କମ୍ କରିବା ପାଇଁ ଯୋଜନାଗୁଡିକ ଉପସ୍ଥାପିତ କରିଛନ୍ତି । ଏମଧ୍ୟରୁ ଏକ ଯୋଜନା ଯୁବକଙ୍କୁ ବ୍ୟବସାୟ ପାଇଁ ପ୍ରେରିତ ବି କରେ । ମୋଦି ସରକାର ମଧ୍ୟ ମୁଦ୍ରା ଯୋଜନା ଅଧିନରେ ଯୁବକଙ୍କୁ ଗ୍ୟାରେଣ୍ଟି ଫ୍ରି ଋଣ ଯୋଗାଇ ଦିଅନ୍ତି ।

୬. ସ୍କିଲ ଇଣ୍ଡିଆ ଭଳି ମଧ୍ୟ ପ୍ରୋଗ୍ରାମ ଅଛି : ପାକିସ୍ତାନ ଦୁନିଆର ସେହି ଦେଶ ମଧ୍ୟରେ ସାମିଲ ଅଛି, ଯେଉଁଠି ଯୁବକଙ୍କ ପାଖରେ ଢ଼ଙ୍ଗର କୈାଣସି ରୋଜଗାର ନାହିଁ । ଏହାର ସବୁଠାରୁ ବଡ କାରଣ ହେଉଛି ତାଙ୍କର ସ୍କୁଲିଙ୍ଗ ଓ ଟ୍ରେନିଙ୍ଗର ଅଭାବ, ସେଥିପାଇଁ ତାଙ୍କ ସରକାର ଯୁବକଙ୍କ ମଧ୍ୟରେ କୈାଶଳର ଉନ୍ନତି କରାଇବା ପାଇଁ ବିଶେଷ ପ୍ରୋଗ୍ରାମ ଚାଲୁ କରିବ । ମୋଦି ସରକାର ମଧ୍ୟ ଯୁବକଙ୍କ ଠାରେ ସ୍କିଲ ସୃଷ୍ଟି କରାଇବା ପାଇଁ ସ୍କିଲ ଇଣ୍ଡିଆ ପ୍ରୋଗ୍ରାମ ଚାଲୁ କରିଛି ।