ଶିଷ୍ଟାଚାରରେ ଜିରୋ ଇମରାନ ଖାନ୍ : ରାଷ୍ଟ୍ରଅଧ୍ୟକ୍ଷଙ୍କ ସ୍ୱାଗତ ସମୟରେ ସମସ୍ତେ ଛିଡ଼ା ହୋଇଥିଲେ, ହେଲେ ବସିଥିଲେ ପାକ୍ ପ୍ରଧାନମନ୍ତ୍ରୀ

633

କର୍ଗିସ୍ତାନର ରାଜଧାନୀରେ ଆୟୋଜିତ ସଂଘାଇ ସହଯୋଗ ସଙ୍ଗଠନ ଅର୍ଥାତ୍ ଏସସିଓ ଶିଖର ସମ୍ମିଳନୀରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ ରାଜନୈତିକ ପ୍ରୋଟୋକଲ ଭାଙ୍ଗିଛନ୍ତି । ସମ୍ମିଳନୀର ଉଦଘାଟନ ସମାରୋହରେ ପାକିସ୍ତାନ ତେହେରିକ-ଏ-ଇନସାଫ(ପିଟିଆଇ)ର ଅଫିସିଆଲ ଟ୍ୱିଟରରେ ସେୟାର କରାଯାଇଥିବା ଏକ ଭିଡିଓରେ ଏହି ସମୟରେ ଇମରାନ ଖାନଙ୍କୁ ସମାରୋହରେ ବସିଥିବା ଦେଖିବାକୁ ମିଳିଛି । ଯେବେକି ବାକି ସମସ୍ତ ଦେଶର ପ୍ରମୁଖଙ୍କ ହଲରେ ପ୍ରବେଶ କରିବା ସମୟରେ ଲୋକ ତାଙ୍କ ସ୍ୱାଗତ ପାଇଁ ଛିଡା ହୋଇଥିଲା ।

ଉଦଘାଟନ ସମାରୋହ ସମୟରେ ସମସ୍ତ ଦେଶର ପ୍ରମୁଖ ଜଣେ ଜଣେ କରି ହଲରେ ପ୍ରବେଶ କରୁଥିଲେ । ଏହି ସମୟରେ ସେଠି ଉପସ୍ଥିତ ଥିବା ସମସ୍ତ ଲୋକ ଛିଡା ହୋଇ ସ୍ୱାଗତ କରୁଥିଲେ । ଏହି ସମୟରେ କେବଳ ଇମରାନ ଖାନ ହିଁ ଏକୁଟିଆ ଏମିତି ବ୍ୟକ୍ତି ଥିଲେ, ଯିଏ ଚେୟାରରେ ବସିଥିଲେ । କିନ୍ତୁ କିଛି ସମୟ ପରେ ଜାଣିପାରିଲେ କି ପୁରା ସମାରୋହରେ ଏକୁଟିଆ ସେ ହିଁ ବସିଛନ୍ତି ଓ ବାକିମାନେ ଛିଡା ହୋଇଛନ୍ତି । ଏହାର ତୁରନ୍ତ ପରେ ସେ ଛିଡା ହୋଇଗଲେ, କିନ୍ତୁ ପୁଣି ଥରେ ବସିପଡିଲେ । ଏହାପୂର୍ବରୁ ଇମରାନ ସାଉଦି ଆରବରେ ଆୟୋଜିତ ୧୪ତମ ଓଆଇସି ଶିଖର ସମ୍ମିଳନୀରେ ବି ସେ ପ୍ରୋଟୋକଲ ଭାଙ୍ଗିଥିଲେ ।