ମୋଦିଙ୍କ ଉପରେ ବର୍ଷିଲେ ପାକିସ୍ତାନର ବୈଦେଶିକ ପରାମର୍ଶଦାତା : କହିଲେ ନିର୍ବାଚନ ପାଇଁ ମୋଦି ଆପଣେଇଛନ୍ତି ପାକିସ୍ତାନ ବିରୋଧୀ ଆଭିମୁଖ୍ୟ

31

ପାକିସ୍ତାନର ଦ୍ୱିପାକ୍ଷିକ ଶାନ୍ତି ଆଲୋଚନା ଉଦ୍ୟମକୁ ଭାରତ ପ୍ରତ୍ୟାଖ୍ୟାନ କରୁଥିବା ଅଭିଯୋଗ ଆଣିଛି ପାକିସ୍ତାନ । ଭାରତକୁ କୁଟନୈତିକସ୍ତରରେ ଘେରାଉ କରିବାକୁ ଯାଇ ଏହା କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବୈଦେଶିକ ପରାମର୍ଶଦାତା ସରତାଜ ଅଜିଜ । ପ୍ରଧାନମନ୍ତ୍ରୀଙ୍କ ଉପରେ ଚିଡି ଯାଇ ଅଜିଜ କହିଛନ୍ତି, ଭାରତର ଏପରି ଦାଦାଗିରିକୁ ବରଦାସ୍ତ କରାଯିବ ନାହିଁ । ପାକିସ୍ତାନ ଗଣମାଧ୍ୟମ ଆଗରେ ଏହା କହିଛନ୍ତି ସରତାଜ ଅଜିଜ୍ ।

ସରତାଜ ଅଜିଜ ମୋଦିଙ୍କ ଉପରେ ଆରୋପ ଲଗାଇ କହିଛନ୍ତି, ନିର୍ବାଚନ ପାଇଁ ମୋଦି କଠୋର ପାକିସ୍ତାନ ବିରୋଧୀ ଆଭିମୁଖ୍ୟ ଆପଣେଇଛନ୍ତି । ମୋଦି ନିଜକୁ ନାୟକ ଭାବେ ଉପସ୍ଥାପିତ କରିବାକୁ ଚାହୁଁଛନ୍ତି । ମୋଦିଙ୍କ ଇଲେକ୍ସ କ୍ୟାଂପେନ ଷ୍ଟ୍ରାଟେଜୀ ପାକିସ୍ତାନ ବିରୋଧୀ ଭାବନା ସହ ଜଡିତ । ହେଲେ ନିର୍ବାଚନ ଶେଷ ହେବା ପରେ ପାକିସ୍ତାନ ସହ ଆଲୋଚନା ପାଇଁ ମୋଦି ସରକାରଙ୍କ ଆଭିମୁଖ୍ୟ ବି ବଦଳିଯିବ ବୋଲି ସରତାଜ ଅଜିଜ କହିଛନ୍ତି ।