ପାକିସ୍ତାନ ପାରାକୁ ଗିରଫ କଲା ଭାରତ ! କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । 

146

ଭାରତ-ପାକିସ୍ତାନ ସୀମାରେ ବୁଲୁଥିବା ଏକ ପାରାକୁ ଭରତୀୟ ପୁଲିସ ଗିରଫ କରିଛି । ଏହି ପାରାକୁ ପାକିସ୍ତାନ ଗୁପ୍ତଚରଗିରି କରିବା ଲାଗି ପଠାଇଥିବା ସନ୍ଦେହ କରାଯାଉଛି । ସୀମା ସୁରକ୍ଷା ବାହିନୀର ଅଧିକାରୀ ଦାବି କରି କହିଛନ୍ତି, ସୋମବାର (ଜୁନ୍ ୧୧) ଭାରତ-ପାକିସ୍ତାନ ସୀମାରେ ଏକ ପାରାକୁ ଦେଖିଥିଲେ । ଏହି ପାରା ଶରୀରରେ ଊର୍ଦୁ ଭାଷାରେ କିଛି ଲେଖା ଥିବା ବି ଦେଖିବାକୁ ପାଇଥିଲେ ।ସୀମାରେ ମାନବାଲ ଗ୍ରାମର ଜଣେ ଯୁବକ ସର୍ବପ୍ରଥମେ ଏହି ପାରାକୁ ଦେଖିଥିଲେ ଓ ପୁଲିସକୁ ଏ ନେଇ ସୂଚନା ଦେଇଥିଲେ । ପକ୍ଷୀଟିର ସେଭଳି କିଛି ସନ୍ଦିଗ୍ଧ ଗତିବିଧି ନଜର ନ ଆସୁଥିଲେ ବି ପାରାକୁ ଗୁପ୍ତଚର ଭାବେ କୌଣସି ସୂଚନା ଦେବାକୁ ପାକିସ୍ତାନ ପଠାଇଥିବା ସନ୍ଦେହ କରାଯାଉଛି ।

ଅଜନାଲା ସହରର ପୁଲିସ ଇନ୍ସପେକ୍ଟର ପରମବୀର ସିଂହ କହିଛନ୍ତି, ଏହି ପାରାକୁ ସେନାଙ୍କୁ ହସ୍ତାନ୍ତର କରି ଦିଆଯାଇଛି । ଏବେ ସେ ଏହି ପାରା ଶରୀରର ଏକ୍ସ-ରେ କରି ଯାଞ୍ଚ କରିବେ । ସୀମା ସୁରକ୍ଷା ବାହିନୀ  ମୁତାବକ, ଆତଙ୍କବାଦୀ ଓ ଡ୍ରଗ୍ ମାଫିଆ କିଛି ସୂଚନା ପଠାଇବା ପାଇଁ ପାରାର ବ୍ୟବହାର କରି ଆସିଛନ୍ତି ।

ଏହାପୂର୍ବରୁ ୨୦୧୬ରେ ପାକିସ୍ତାନ ସୀମା ପାଖରେ ଅଜନାଲା କସବେର ଲୋକମାନେ ଏକ ପାରାକୁ ପାଇଥିଲେ । ଯାହର ପଙ୍ଖରେ ମୋବାଇଲ ନମ୍ବର ସହିତ ଊର୍ଦ୍ଦୁରେ କିଛି ଲେଖା ହୋଇଥିବା ଦେଖିବାକୁ ମିଳିଥିଲା । ପୁଲିସ ଏହି ପାରାକୁ କାବୁ କରି ଛାନଭିନ୍ କରିଥିଲା । କେବଳ ଏତିକି ନୁହେଁ ଏହି ପାରା ଶରୀରରେ କିଛି ଗୁପ୍ତ ନୋଟ ବି ଜବତ କରାଯାଇଥିଲା । ସେହିପରି ୨୦୧୫ରେ ସୀମା ନିକଟରୁ ବିଏସଏଫ୍ ଯବାନ ଏକ ପାରାକୁ ଧରିଥିଲେ ଯାହାର ଶରୀରରେ ସିକ୍ରେଟ ନମ୍ବର ଥିବା ନେଇ ଦେଖିବାକୁ ପାଇଥିଲେ ।