ଭାରତକୁ ଡରିଲା ପାକିସ୍ତାନ ! ଏଲଓସିର ନିରୀକ୍ଷଣ ପାଇଁ ନେଲା ଏହି ପଦକ୍ଷେପ 

369

ଜାମ୍ମୁ-କାଶ୍ମୀରର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ସ୍ଥିତି ଜଟିଳ ହୋଇଯାଇଛି । ଏମିତିରେ ଭାରତର କୌଣସି ବି ସମ୍ଭାବିତ କାର୍ଯ୍ୟାନୁଷ୍ଠାନକୁ ନେଇ ପାକିସ୍ତାନ ଭୟରେ ଅଛି । ଏହା ଅଧିନରେ ପାକିସ୍ତାନ ସଂକଟ ପ୍ରବନ୍ଧନ ପ୍ରକୋଷ୍ଠର ସ୍ଥାପନା କରିଛି । ଏକ ମିଡିଆ ରିପୋର୍ଟରେ ଏହି ସୂଚନା ସାମନାକୁ ଆସିଛି ।

ପାକିସ୍ତାନ ବିଦେଶ ମନ୍ତ୍ରାଳୟର ପ୍ରବକ୍ତାଙ୍କ କହିବାନୁସାରେ, ଏହି ପ୍ରକୋଷ୍ଠ ସମସ୍ତ ହିତାଧିକାରୀଙ୍କ ସୀମାର ସ୍ଥିତି ଓ କୂଟନୈତିକ ସଂପର୍କ ସହିତ ଅବଗତ ରଖିବ । ରିପୋର୍ଟରେ କୁହାଯାଇଛି କି, ବିଦେଶ ମନ୍ତ୍ରାଳୟରେ ଏହି ପ୍ରକୋଷ୍ଠର ସ୍ଥାପନା କରାଯାଇଛି । ଏହା ପୁରା ସପ୍ତାହ ବିନା କୌଣସି ବିରତିିରେ ଚାଲୁ ରହିବ ।

ସୂଚନାଯୋଗ୍ୟ, ୧୪ ଫେବୃୟାରୀ ଦିନ ଜାମ୍ମୁ-କାଶ୍ମୀରର ପୁଲୱାମାରେ ପାକିସ୍ତାନ ଆଧାରିତ ଜୈଶ-ଏ-ମହମ୍ମଦ ଦ୍ୱାରା କରାଯାଇଥିବା ଆତ୍ମଘାତୀ ଆକ୍ରମଣରେ ସିଆରପିଏଫ୍ ର ୪୦ ଯବାନ ସହିଦ ହୋଇଥିଳେ । ଏହି ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ପରିସ୍ଥିତି ଉପରେ ଆମେରିକା ଚିନ୍ତା ପ୍ରକଟ କରିଛି ।