ଆଗାମୀ ୧୧ତାରିଖରେ ଶପଥ ନେବେ ପାକିସ୍ତାନର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଇମ୍ରାନ : ଏବେ ବି ବହୁମତ ଅସ୍ପଷ୍ଟ, ଆଶା ଆଶଙ୍କାରେ ଇମ୍ରାନ

28

କନକ ବ୍ୟୁରୋ : ପାକିସ୍ତାନରେ ହୋଇଥିବା ସାଧାରଣ ନିର୍ବାଚନରେ ସର୍ବବୃହତ ଦଳ ଭାବରେ ଉଭା ହୋଇଥିବା ପାକିସ୍ତାନ ତହରିକ ଏ-ଇନସାପ(ପିଟିଆଇ) ରହିଛି । ତେବେ ସରକାର କରିବା ପାଇଁ ପାକିସ୍ତାନ ସଂସଦରେ ଇମ୍ରାନଙ୍କୁ ବହୁମତ ସାବ୍ୟସ୍ତ କରିବା ପାଇଁ ପଡିବ । ତେବେ ଇମ୍ରାନ ବହୁମତ ସାବସ୍ତ କରିବାକୁ ହେଲେ ତାଙ୍କୁ ମୋଟ ସିଟରୁ ୫୧ ପ୍ରତିଶତ ଭୋଟ ନିଜ ଦଳ ସପକ୍ଷରେ ଦେଖାଇବାକୁ ପଡିବ । ପାକିସ୍ତାନରେ ସରକାର ଗଢିବା ଲାଗି ମୋଟ ୩୪୨ ଆସନରୁ ୧୭୨ ଆସନରେ ଜିତିବାର ଆବଶ୍ୟକତା ରହିଛି । ତେବେ ପିଟିଆଇ ମୋଟ ୧୭୦ ଆସନ ଥିବା କହିଛନ୍ତି । ଏହି ଦଳରେ ବା ଇମ୍ରାନଙ୍କ ଦଲରେ ନବନିର୍ବାଚିତ ସାଂସଦମାନେ ଯୋଗ ଦେଇଛନ୍ତି । ତେବେ ବହୁମତ ସାବସ୍ୟ କରିବା ଲାଗି ଇମ୍ରାନଙ୍କ ପାଖରେ ଆହୁରି ଏକ ସପ୍ତାହ ବାକି ରହିଛି । ଏହାସହ ଇମ୍ରାନଙ୍କୁ ପୂର୍ଣ୍ଣ ବହୁମତ ମିଳିବ ବୋଲି ସେ ଆଶା ରଖିବା ସହ ତାଙ୍କ ଦଳର କୈାଣସି ସାସଂଦ ଅନ୍ୟ ଦଳକୁ ସମର୍ଥନ ଦେବେ ନାହିଁ ବୋଲି ଇମ୍ରାନ ଦୃଢଉକ୍ତି ବାଢିଛନ୍ତି ।

 

ବର୍ତ୍ତମାନ ସମୟରେ କୈାଣସି ବିରୋଧୀଦଳର ସଦସ୍ୟମାନେ ଇମ୍ରାନଙ୍କୁ ସମର୍ଥନ କରିନାହାନ୍ତି । ତେବେ ପୂର୍ବ ସରକାରଙ୍କୁ ଇମ୍ରାନ ବିରୋଧ କରୁଛନ୍ତି ଆଗକୁ ମଧ୍ୟ କରିବେ ବୋଲି ସେ ସୂଚନା ଦେଇଛନ୍ତି । ତେବେ ପ୍ରଧାନମନ୍ତ୍ରୀ ପଦଲାଗି ଦାବିଦାର ଥିବା ଇମ୍ରିନାଙ୍କୁ ପିଏମଏଲ-ଏନ ଓ ପିପିପି ସମର୍ଥନ ଦେବ ବୋଲି ଜଣାପଡିଛି । ନୱାଜଙ୍କ ଦଳ ପାଖରେ ୬୪ ପିପିପି ପାଖରେ ୪୩ ଆସନ ରହିଛି ।ଏହାସହ ଅନ୍ୟ ଛୋଟ ଛୋଟ ଦଳ ଇମ୍ରାନଙ୍କୁ ସମର୍ଥନ ଦେଇ ପାରନ୍ତି । ଯଦି ଅନ୍ୟ ଦଳ ସମର୍ଥନ ନ କରନ୍ତି ତେବେ ଇମ୍ରାନଙ୍କୁ ସରକାର କରିବାରେ ଅନେକ ଅସୁବିଧା ଦେଖା ଦେଇପାରେ । ତେବେ ୨୫ ଜୁଲାଇରେ ହୋଇଥିବା ସାଧାରଣ ନିର୍ବାଚନରେ ପାକିସ୍ତାନ ତହରିକ-ଏ-ଇନସାପ ପାଖରେ ୧୧୬ ଆସନ ରହିଛି । ତେଣୁ ଇମ୍ରାନ ଅଗଷ୍ଟ ୧୧ରେ ନିଜର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ତାହା ପୂର୍ବରୁ ପାକିସ୍ତାନ ସସଂଦରେ ବୈଠକ ଡକାଯାଇପାରେ ବୋଲି ସୂଚନା ମିଳିଛି ।