ପଦାରେ ପଡିଲା ପାକିସ୍ତାନ ଗଣମାଧ୍ୟମର ଅସଲ ଚେହେରା! ପୁଲୱାମା ଆକ୍ରମଣକାରୀଙ୍କୁ ସ୍ୱାଧୀନତା ସଂଗ୍ରାମୀ ସଜାଇଲା ‘ଦ ନେସନ’
ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ୪୦ରୁ ଅଧିକ ଯବାନ ସହିଦ ହୋଇଥିବା ବେଳେ ପୂରା ଦେଶ ଏମାନଙ୍କୁ ଝୁରୁଛି । ଆଉ ଏଭଳି ସମୟରେ ଗୁରୁବାର ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନୀ ଗଣମାଧ୍ୟମର ନିନ୍ଦନୀୟ ଚେହେରା ସାମ୍ନାକୁ ଆସିିଛି। ୪୦ରୁ ଊର୍ଧ୍ୱ ଯବାନ ସହିଦ ହୋଇଥିବା ଏହି ଆତ୍ମଘାତୀ ଆକ୍ରମଣକୁ ପାକିସ୍ତାନୀ ଖବରକାଗଜ ‘ଦ ନେସନ୍’ ଯେଉଁଭଳି ଭାବେ ଉପସ୍ଥାପିତ କରିଛି ତାହା ଏବେ ଅନ୍ତର୍ଜାତୀୟସ୍ତରର ସମାଲୋଚିତ ହୋଇଛି। .ଜୈସ-ଏ-ମହମ୍ମଦ ଆତଙ୍କବାଦୀଙ୍କ ଦ୍ୱାରା ହୋଇଥିବା ଏହି ଆକ୍ରମଣକୁ ‘ଦ ନେସନ୍’ ଖବରକାଗଜ ‘ସ୍ୱାଧୀନତା ସଂଗ୍ରାମୀ’ଙ୍କ ଦ୍ୱାରା ହୋଇଥିବା ଆକ୍ରମଣ ଘଟଣା ବୋଲି ଉଲ୍ଲେଖ କରିଛି। ଏଥିସହ ଘଟଣାଟି ‘ଅଧିକୃତ କଶ୍ମୀର’ରେ ଘଟିଥିବା ଉଲ୍ଲେଖ କରିଛି, ଯଦିଓ କଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ।
Kanak News is now on WhatsApp
Join and get latest news updates delivered to you via WhatsApp
ଭାରତରେ ଗତ ଦୁଇ ଦିନ ହେବ ଏହି ଖବର ପ୍ରତ୍ୟେକ ଗଣମାଧ୍ୟମରେ ଛାଇ ରହିଥିବା ବେଳେ ପାକିସ୍ତାନୀ ଖବରକାଗଜ ‘ଦ ଡନ୍’ ଏହି ଖବରଟିକୁ ବେଶ୍ ଅଣଦେଖା କରିବା ପରି ଛୋଟ ଆକାରରେ ପ୍ରକାଶ କରିଛି। ଖାଲି ସେତିକି ନୁହେଁ, ଏହି ଆକ୍ରମଣ ପରେ ପୂରା ଭାରତ ମର୍ମାହତ ହୋଇଥିବା ବେଳେ ଆକ୍ରମଣ ପଛରେ ଆମ ଦେଶର ହାତ ନାହିଁ ବୋଲି ଘଟଣାକୁ ନେଇ ଅତି ମାମୁଲି ସଫେଇ ଦେଇଛି ପାକିସ୍ତାନ।
ଏପରିକି ଭାରତ ସହ ବନ୍ଧୁତା ସ୍ଥାପନ ପାଇଁ ପୂର୍ବରୁ ଇଚ୍ଛା ପ୍ରକଟ କରିଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏଯାବତ୍ ସହିଦ ଯବାନଙ୍କ ପାଇଁ ସମବେଦନା କି ଦୁଃଖ ପ୍ରକାଶ କରିନାହାନ୍ତି। କେବଳ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ନୁହଁନ୍ତି,ପାକିସ୍ତାନର କୌଣସି ରାଜନେତା ବି ଏହି ଘଟଣା ନେଇ ଦୁଃଖ ପ୍ରକାଶ କରିଥିବା ମଧ୍ୟ ଦେଖିବାକୁ ମିଳିନାହିଁ।