ଯଦି ଠିକ ଲକ୍ଷ୍ୟଭେଦ ହୋଇଥାଆନ୍ତା, ତେବେ କାରଗିଲ ଯୁଦ୍ଧରେ ପ୍ରାଣ ହରାଇଥାନ୍ତେ ମୁଶାରଫ ଓ ନୱାଜ ସରିଫ୍

47

ପାକିସ୍ତାନ ପ୍ରାୟ ସବୁଦିନ ଅସ୍ତ୍ରବିରତି ଉଲଙ୍ଘନ କରୁଥିବା ବେଳେ ତାହାର ମୁହଁତୋଡ଼ ଜବାବ ମଧ୍ୟ ଦେଉଛନ୍ତି ଭାରତୀୟ ଯବାନ । ଭାରତୀୟ ସେନା ଏମିତି ହିିଁ କଡ଼ା ଜବାବ ଦେଇଥିଲେ ୧୯୯୯ ମସିହାରେ ଘଟିଥିବା କାରଗିଲ ଯୁଦ୍ଧ ସମୟରେ । ତେବେ ଉକ୍ତ ଯୁଦ୍ଧକୁ ନେଇ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ସତ ହୋଇଥିଲେ ପାକିସ୍ତାନର ଚେହେରା ଆଜି କିଛି ଅଲଗା ହୋଇଥାନ୍ତା ।

ଇଣ୍ଡିଆନ ଏକ୍ସପ୍ରେସ ଅନୁସାରେ, ୨୪ଜୁନ ୧୯୯୯ ମସିହାରେ ସକାଳ ୮.୪୫ ମିନିଟ ସମୟରେ ଯେତେବେଳେ ଯୁଦ୍ଧ  ଶେଷ ସୀମାରେ ପହଞ୍ଚି ଯାଇଥିଲା, ସେତେବେଳେ ଭାରତୀୟ ବାୟୁସେନାର ଏକ ଜଗୁଆର ନିୟନ୍ତ୍ରଣ ରେଖା ନିକଟରୁ ନିଜର ଉଡ଼ାଣ ଭରିଥିଲା । ଯାହାର ଲକ୍ଷ୍ୟରେ ଥିଲା ପାକିସ୍ତାନୀ ସେନାର ଏକ ଦଳ । ଯାହା ଉପରେ ‘ଲେଜର ଗାଇଡ଼େଡ଼ ସିÁମ’ ଦ୍ୱାରା ବମ୍‌ ବିସ୍ଫୋରଣ କରିବାକୁ ନିଶ୍ଚିତ କରାଯାଇଥିଲା ।

ତା’ର ପଛରୁ ଆସିଥିବା ଅନ୍ୟ ଏକ ଜଗୁଆରକୁ ବମ୍‌ ପକାଇବାକୁ ନିର୍ଦ୍ଦେଶ ଥିବା ବେଳେ ସେ ଲକ୍ଷ୍ୟଠାରୁ ବିଚ୍ୟୁତ ହୋଇଯାଇଥିଲା । ଯାହାଫଳରେ ପାକିସ୍ତାନୀ ସେନା ଅଳ୍ପକେ ବର୍ତ୍ତି ଯାଇଥିଲା । ଏବେ ଜଣାପଡ଼ିଛି ଯେ, ଯଦି ଦ୍ୱିତୀୟ ଜଗୁଆର ସଠିକ ଭାବେ ଲକ୍ଷ୍ୟଭେଦ କରିଥାନ୍ତା ତେବେ ସେଥିରେ ପାକିସ୍ତାନର ପୂର୍ବତନ ଜେନେରାଲ ପରଭେଜ ମୁଶାରଫ ଏବଂ ସେତେବେଳର ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କର ମୃତ୍ୟୁ ହୋଇଥାନ୍ତା ।

ସୂଚନା ମୁତାବକ, ଭାରତ ସରକାର ଏନେଇ ନିଜ ତରଫରୁ ସୂଚନା ଦେଇଛନ୍ତି । ଆକ୍ରମଣ ସମୟରେ ସେଠାରେ ଉଭୟେ ଥିବାର କଥା ପରେ ସ୍ପଷ୍ଟ ହୋଇଥିଲା । ବିସ୍ଫୋରଣ ପୂର୍ବରୁ ନବାଜ ସରିଫ ଏବଂ ମୁଶାରଫ ସେଠାରେ ଥିବା କଥା ଜଣାନଥିଲା ।