ପାକିସ୍ତାନର ଜୈଶ-ଏ-ମହମ୍ମଦର ମୁଖିଆକୁ ବଂଚାଇ ପାରିବ ନାହିଁ ଚୀନର ଭିଟୋ ! ସୂଚନା ଦେଲେ ଆମେରିକାର ରାଷ୍ଟ୍ରଦୂତ

0

କନକ ବ୍ୟୁରୋ : ପାକିସ୍ତାନର ଜୈଶ-ଏ-ମହମ୍ମଦର ମୁଖିଆ ମୌଲାନା ମାସୁଦ ଅଜହରକୁ ବଂଚାଇ ପାରିବ ନାହିଁ ଚୀନର ଭିଟୋ । ଏହି ସୂଚନା ଦେଇଛନ୍ତି ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ନିକି ହେଲି । ମାସୁଦ ଉପରେ ପ୍ରତିବନ୍ଧ ଲଗାଇବାକୁ ଜାତିସଂଘରେ ଭାରତର ପ୍ରୟାସକୁ ଭିଟୋ ବଳରେ ଖାରଜ କରିଆସୁଛି ଚୀନ । ସାମ୍ବାଦିକ ସମ୍ମିଳନୀରେ ଏସଂପର୍କିତ ଉତ୍ତର ଦେଇ ନିକି ହେଲି କହିଛନ୍ତି, କାହାର ଭିଟୋ ପାୱାର ଆମେରିକାକୁ କାର୍ଯ୍ୟାନୁଷ୍ଠାନ ନେବାରେ ରୋକିପାରିବ ନାହିଁ ।

Comments are closed.