୪୦ ଭାରତୀୟ ଅଧିକାରୀଙ୍କ ଉପରେ ପାକିସ୍ତାନର ଆଇଏସଆଇର ନଜର ! ହନିଟ୍ରାପରେ ଫସାଇବାକୁ ଉଦ୍ୟମ, ପାକିସ୍ତାନରୁ ୩ ଅଧିକାରୀଙ୍କୁ ଫେରାଇ ଆଣିଲା ନୂଆ ଦିଲ୍ଲୀ

28

ଆଇଏସଆଇର ଷଡଯନ୍ତ୍ର ପଣ୍ଡ । ଫେଲ ମାରିଲା ଭାରତୀୟ ଅଧିକାରୀଙ୍କୁ ହନିଟ୍ରାପ୍ ଉଦ୍ୟମ । ପାକିସ୍ତାନରେ ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ହନିଟ୍ରାପରେ ଫସାଇବା ପାଇଁ ଉଦ୍ୟମ କରି ବିଫଳ ହୋଇଛି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ । ଇସଲାମାବାଦସ୍ଥିତ ଭାରତୀୟ ଦୂତାବାସର ୩ ଜଣ କର୍ମଚାରୀଙ୍କୁ ହନିଟ୍ରାପରେ ଫସାଇବାକୁ ଉଦ୍ୟମ କରିଥିଲା ଆଇଏସଆଇ । ଏହି ଅଧିକାରୀମାନଙ୍କ ଠାରୁ ଗୁରୁତ୍ୱପୂର୍ଣ ସୂଚନା ହାତେଇବାକୁ ଆଇଏସଆଇର ଯୋଜନା ସଂପର୍କରେ କିନ୍ତୁ ସୂଚନା ପାଇଯାଇଥିଲା ଭାରତୀୟ ଗୁଇନ୍ଦା ସଂସ୍ଥା । ଫଳରେ ଏହି ଗୁପ୍ତ ଯୋଜନାରେ ସଫଳ ହୋଇପାରିନି ଆଇଏସଆଇ ।

Honeytrap-indian-army-officers-03.08.17-1କୌଣସି ଗୁରୁତ୍ୱପୂର୍ଣ କାଗଜପତ୍ର ଆଇଏସଆଇ ହାତରେ ଲାଗିବା ପୂର୍ବରୁ ହିଁ ପଦକ୍ଷେପ ନେଇଛି ନୂଆଦିଲ୍ଲୀ । ଭାରତୀୟ ଦୂତାବାସର ଭାଷା ବିଭାଗରେ କାମ କରୁଥିବା ସଂପୃକ୍ତ ଭାରତୀୟ ଅଧିକାରୀମାନଙ୍କୁ ତୁରନ୍ତ ପାକିସ୍ତାନରୁ ଫେରାଇ ଅଣାଯାଇଛି । ଏ ନେଇ ଅଧିକ ତଦନ୍ତ ଜାରି ରହିଛି । ଯଦିଓ ଏହି ଅଧିକାରୀମାନେ କୌଣସି ଭୁଲ କରିଥିବା ନେଇ ଜଣାପଡିନି ତଥାପି ସେମାନଙ୍କୁ ପଚରା ଉଚରା ଜାରି ରହିଛି । ସଂପୃକ୍ତ ୩ ଜଣ ଅଧିକାରୀ ତଦନ୍ତରେ ପୂର୍ଣ ସହଯୋଗ କରୁଥିବା ଜଣାପଡିଛି ।
ଗୁଇନ୍ଦା ବିଭାଗର ସୁତ୍ର ଅନୁଯାୟୀ, ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ଭାରତୀୟ ଅଧିକାରୀଙ୍କୁ ହନିଟ୍ରାପରେ ଫସାଇବାକୁ ଲଗାତାର ଉଦ୍ୟମ ଚଳାଇଛି ।

ଆଇଏସଆଇର ଟାର୍ଗେଟରେ ବାୟୁସେନା, ସ୍ଥଳସେନା ଓ ଜଳସେନାର ଯବାନ ମଧ୍ୟ ରହିଛନ୍ତି । ଆଉ ଏହାର ସମ୍ପୂର୍ଣ୍ଣ ଦାୟିତ୍ୱ ଢାକାରେ ଅବସ୍ଥିତି ପାକିସ୍ତାନର ଉଚ୍ଚାୟୁକ୍ତ କର୍ଣ୍ଣେଲ ଅଖତର ହମିଦ ନେଇଛନ୍ତି । ଢାକାରେ ଟ୍ରେନିଂ ନେଉଥିବା ଭାରତର ୪୦ ଜଣ ଅଧିକାରୀଙ୍କୁ ହନିଟ୍ରାପରେ ଫସାଇବା ପାଇଁ ଯୋଜନା ଚଳାଇଛି ବୋଲି ଗୁଇନ୍ଦା ବିଭାଗ ସର୍ତକ କରାଇଛି ।