ଭାରତୀୟ କ୍ୟାମେରାକୁ ଡର ! ଏନଡିଟିଭି ସାମ୍ବାଦିକଙ୍କୁ ସଭାରୁ ବାହାର କଲା ପାକିସ୍ତାନ

32

ଭାରତୀୟ ସାମ୍ବାଦିକଙ୍କୁ ଡରୁଛି ପାକିସ୍ତାନ, ଏକଥା ଆମେ କହୁନାହୁଁ । ବରଂ ପାକିସ୍ଥାନର ବ୍ୟବହାରକୁ ଦେଖିଲେ ଏକଥା ସ୍ପଷ୍ଟ ଜଣାପଡୁଛି । ସୋମବାର ଦିନ ପାକିସ୍ଥାନ ନିଜର ବଡପଣିଆ ଦେଖାଇବା ପାଇଁ ନ୍ୟୁୟର୍କରେ ଡକାଇଥିଲା ସାମ୍ବାଦିକ ସମ୍ମିଳନୀ । ଏଥିରେ ଭାରତୀୟ ସାମ୍ବାଦିକ ବି ଉପସ୍ଥିତ ଥିଲେ ।

କିନ୍ତୁ ଭାରତୀୟ ସାମ୍ବାଦିକଙ୍କୁ ଦେଖି ହାଲତ୍ ଶୁଖିଯାଇଥିଲା ପାକିସ୍ତାନର । ହଠାତ୍ ଏନଡିଟିଭି ସାମ୍ବାଦିକଙ୍କୁ କୁହାଗଲା “ଇସ୍ ଇଣ୍ଡିଆନ୍ କୋ ନିକାଲୋ” ଅର୍ଥାତ ଏହି ଭାରତୀୟକୁ ବାହାର କର । ସତେ ଯେମିତି ଲାଗୁଥିଲା ପ୍ରଶ୍ନ ପଚାରିବା ଆଗରୁ ଡରିଯାଇଥିଲା ପାକିସ୍ତାନ । ଆଉ ଭାରତୀୟ କ୍ୟାମେରାରୁ ନଜର ହଟାଇବାକୁ ଚାହିଁଥିଲେ ପାକିସ୍ତାନର ଅଧିକାରୀମାନେ।