ଦେଶରେ ଦାରିଦ୍ର୍ୟ କମ୍ କରିବାକୁ ଇମରାନ ଖାନଙ୍କ ପ୍ରୟାସ : ଅନୁସରଣ କରୁଛନ୍ତି ଚୀନର ଫର୍ମୁଲା

171

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ କହିଛନ୍ତି କି, ତାଙ୍କ ସରକାର ନିଜ ଲୋକଙ୍କୁ ଦାରିଦ୍ର୍ୟରୁ ବାହାର କରିବା ପାଇଁ ଚୀନ ସରକାର ଦ୍ୱାରା ନିଆଯାଇଥିବା ପଦକ୍ଷେପର ଅନୁସରଣ କରୁଛି । ଏକ ସମାରୋହରେ ସମ୍ବୋଧନ କଲାବେଳେ  ପ୍ରଧାନମନ୍ତ୍ରୀ କହିଛନ୍ତି କି, ତାଙ୍କ ସରକାର ଦ୍ୱାରା ନିଆଯାଇଥିବା ସମସ୍ତ ପଦକ୍ଷେପର ଅନ୍ତିମ ଲକ୍ଷ୍ୟ ଦାରିଦ୍ର୍ୟକୁ ମୂଳପୋଛ କରିବା ।

ଆମେ ବ୍ୟବସାୟୀ ଓ କପଡା କ୍ଷେତ୍ର ସହିତ ଜଡିତ ଲୋକଙ୍କୁ ପ୍ରୋତ୍ସାହିତ କରିବା ପାଇଁ ନୀତି ପ୍ରସ୍ତୁତ କରୁଛନ୍ତି । ଆମର ଉଦ୍ଦେଶ୍ୟ ଏହା ଯେ, ଲୋକ ଟଙ୍କା ରୋଜଗାର କରନ୍ତୁ, ରୋଜଗାରର ଅବସର ସୃଷ୍ଟି କରନ୍ତୁ ଓ ଲୋକଙ୍କୁ ଦାରିଦ୍ର୍ୟମୁକ୍ତ କରିବାରେ ସହାୟତା କରନ୍ତୁ…ଯେମିତି ଚୀନ କରିଥିଲା । ଚୀନ ଉଦ୍ୟୋଗିକରଣ ଦ୍ୱାରା ଧନର ସୃଜନ କଲା ଓ ପରେ ଏହାର ଉପଯୋଗରେ ସମାଜର ତଳସ୍ତରର ଉତଥାନ ପାଇଁ କଲା । ଚୀନ ଭଳି ତାଙ୍କ ସରକାରଙ୍କ ମୁଖ୍ୟ ଧ୍ୟାନ ଦାରିଦ୍ର୍ୟ ରେଖା ତଳେ ଥିବା ଲୋକଙ୍କ ମଧ୍ୟରେ ନିବେଶ କରି ଦାରିଦ୍ର୍ୟକୁ ମୂଳପୋଛ କରିବା ।