ସ୍ଥଗିତ ହୋଇଥିବା ସାର୍କ ଶିଖର ସମ୍ମିଳନୀ ଆୟୋଜନ କରିବା ପାଇଁ ଆଶା ପୋଷଣ କରିଛି ପାକିସ୍ତାନ

71

କନକ ବ୍ୟୁରୋ : ସାର୍କ ଶିଖର ସମ୍ମିଳନୀ ବାତିଲ ପାଇଁ ଭାରତକୁ ଦୋଷ ଦେଇଛି ପାକିସ୍ତାନ । ଏଥିସହ ସ୍ଥଗିତ କରାଯାଇଥିବା ସାର୍କ ସମ୍ମିଳନୀର ଆୟୋଜନ ଶୀଘ୍ର କରିବା ଆଶା ପୋଷଣ କରିଛି । ସାର୍କ ସଂଗଠନର ମହାସଚିବ ଅର୍ଜୁନ ବାହାଦୁର ଥାପା ଓ ପାକ୍ ପ୍ରଧାନମନ୍ତ୍ରୀଙ୍କ ବୈଦେଶିକ ପରାମର୍ଶଦାତା ସରତାଜ ଅଜିଜ୍ କହିଛନ୍ତି, ଇସଲାମାବାଦରେ ୧୯ତମ ସାର୍କ ଶିଖର ସମ୍ମିଳନୀ କରିବାକୁ ପାକିସ୍ତାନ ପ୍ରତିବଦ୍ଧ ।

ଏହା ଦକ୍ଷିଣ ଏସିଆର କଲ୍ୟାଣ, ଆର୍ଥିକ ବିକାଶ, ସାମାଜିକ ଉତଥାନ ଓ ସାଂସ୍କୃତିକ ସହଯୋଗକୁ ପ୍ରୋତ୍ସାହିତ କରିବ ବୋଲି କହିଛନ୍ତି ସରତାଜ୍ ଅଜିଜ । ଗତ ନଭେମ୍ବରରେ ଇସାଲାମାବାଦରେ ହେବାକୁ ଥିବା ସାର୍କ ସମ୍ମିଳନୀକୁ ଭାରତ ବହିଷ୍କାର କରିବା ପରେ ଅନ୍ୟ ସଦସ୍ୟ ରାଷ୍ଟ୍ରମଧ୍ୟ ସମ୍ମିଳନୀରୁ ଓହରିଯାଇଥିଲେ । ପରେ ସମ୍ମିଳନୀକୁ ସ୍ଥଗିତ ରଖାଯାଇଥିଲା ।