ଭୁବନେଶ୍ୱର ଆସିବ ପାକିସ୍ତାନ ହକି ଟିମ୍ ! ହକି ବିଶ୍ୱକପ ପାଇଁ ରାଜଧାନୀରେ ଡେରା ପକାଇବ ପାକିସ୍ତାନ

26

କନକ ବ୍ୟୁରୋ : ଭୁବନେଶ୍ୱର ଆସିବ ପାକିସ୍ତାନ ହକି ଟିମ୍ । ଭୁବନେଶ୍ୱର ଆୟୋଜିତ ହେବାକୁ ଥିବା ହକି ବିଶ୍ୱକପରେ ଯୋଗ ଦେବ ପାକିସ୍ତାନୀ ଦଳ । ବିଶ୍ୱକପରେ ମୋଟ୍ ୧୬ଟି ଟିମ୍ ଭାଗ ନେବ । ୧୬ଟି ଟିମକୁ ୪ଟି ଗ୍ରୁପରେ ଭାଗ କରାଯାଇଛି । ଗୁପ୍ ଡିରେ ରହିଛି ପାକିସ୍ତାନ ଦଳ । ଚତୁଃ ରାଷ୍ଟ୍ରୀୟ ହକି ଟୁର୍ଣ୍ଣାମେଂଟରେ ପାକିସ୍ତାନ ଖେଳିବାକୁ ଆସିଥିବାବେଳେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ତେଣୁ ଚଳିତ ଥର ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯିବ । ଏନେଇ ସଚିବାଳୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।

ଖେଳାଳିଙ୍କ ରହଣୀ, ସୁରକ୍ଷା ଓ ଟ୍ରାଫିକ ଉପରେ ଆଲୋଚନା ହୋଇଛି । ଉଦଘାଟନୀ ମ୍ୟାଚରେ ଭାରତ ବେଲଜିୟମକୁ ଭେଟିବ ଏବଂ ଡିସେମ୍ବର ୧୬ରେ ଫାଇନାଲ ମ୍ୟାଚ ଖେଳାଯିବ । ତାହା ସହିତ ମେ ୩୧ ସୁଦ୍ଧା ଷ୍ଟାଡିୟମର କାମ ସରିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ସେହିପରି ହକି ବିଶ୍ୱକପର ମ୍ୟାଚକୁ ପ୍ରତ୍ୟେକ ଜିଲ୍ଲାରେ ପ୍ରସାରଣ ପାଇଁ ଲକ୍ଷ୍ୟ ରଖାଯାଇଛି । ଖେଳାଳି ଓ ଷ୍ଟାଫ ରହିବା ପାଇଁ ମୋଟ ୮ ହଜାର ୬ଶହ ରୁମ ବୁକିଂ ରଖାଯାଇଛି ।