ପାକିସ୍ତାନରେ ମହଙ୍ଗା ମାଡ଼ : ଲିଟର ପିଛା ୧୨୦ ଟଙ୍କାରେ ବିକ୍ରି ହେଉଛି କ୍ଷୀର, ମଟନରେ ହାତ ମାରିବା କଷ୍ଟ

3,893

କନକ ବ୍ୟୁରୋ : ଡଲାର ତୁଳନାରେ ପାକିସ୍ତାନ ଟଙ୍କା ସର୍ବନିମ୍ନ ସ୍ତରକୁ ଖସି ଆସିଛି । ଫଳରେ ପାକିସ୍ତାନରେ ଫଳ ଓ ପନିପରିବା ଦଳ ଆକାଶଛୁଆ ହୋଇଯାଇଛି । ପନିପରିବା କିଣିବା ସାଧାରଣ ଲୋକଙ୍କ ପାଇଁ ସ୍ୱପ୍ନ ହୋଇଯାଉଛି । ଗତକାଲି ପାକିସ୍ତାନୀ ମୁଦ୍ରା ଡଲାର ତୁଳନାରେ ୧୪୮ ପ୍ରତି ଡଲାର ପହଞ୍ଚିଯାଇଥିଲା । ଅନ୍ତର୍ଜାତୀୟ ବଜାରରେ ପାକିସ୍ତାନୀ ଟଙ୍କାର ମୂଲ୍ୟ ହ୍ରାସ ପାଇବାପରେ ପୁଣି ଦେଶରେ ମହଙ୍ଗାମାଡ଼ ଆରମ୍ଭ ହୋଇଯାଇଛି ।

ପାକିସ୍ତାନରେ ଦର ଏତେ ବଢ଼ିଗାଲିଣି ଯେ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି । ଲେମ୍ବୁ ଓ ସେଓ କିଲୋପ୍ରତି ୪୦୦ ଟଙ୍କାରେ ବିକ୍ରି ହେଉଛି । ପାକିସ୍ତାନର ଉମର କୁରେସି ନାମକ ବ୍ୟକ୍ତି ଫଳ ଓ ପନିପରିବା ଦର ବିଷୟରେ ଟ୍ୱିଟ୍ କରିଛନ୍ତି । ତାଙ୍କ ଟ୍ୱିଟ ଅନୁସାରେ ପାକିସ୍ତାନରେ ଏବେ ଫଳ ଓ ପନିପରିବା ଖାଇବା ଲୋକ ପାଇଁ ସହଜସାଧ୍ୟ ନୁହେଁ । ଅହେତୁମ ଦର ବୃଦ୍ଧି ଯୋଗୁଁ ଲୋକେ ଭୋକରେ ରହିବା ପାଇଁ ବାଧ୍ୟ ହେଉଛନ୍ତି ।

ଏକ ଡର୍ଜନ କଦଳୀ ମୂଲ୍ୟ ୧୫୦ରେ ବିକ୍ରି ହେଉଥିଲାବେଳେ ମଟନ ଦରରେ ହାତ ମାରି ହେଉନି । ମଟନର ଦର ୧୦୦୦ ଟଙ୍କାରୁ ଅଧିକ ଥିବାବେଳେ ଚିକେନ ମୂଲ୍ୟ ୩୨୦ ଟଙ୍କାରେ ପହଞ୍ଚିଛି । କ୍ଷୀର ଲିଟର ପିଛା ଲୋକଙ୍କୁ ୧୨୦ ଟଙ୍କା ଦେବା ପାଇଁ ପଡ଼ୁଛି ।