ପାକିସ୍ତାନକୁ ଦରକାର ନାହିଁ କାଶ୍ମୀର । ଜାଣନ୍ତୁ କାହିଁକି ଏଭଳି କହିଲେ ଶାହିଦ ଆଫ୍ରିଦି

595

ପୂର୍ବତନ ପାକିସ୍ତାନ ଅଲରାଉଣ୍ଡର ଶାହିଦ ଆଫ୍ରିଦଙ୍କ କାଶ୍ମୀର ବୟାନକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ପାକିସ୍ତାନକୁ କାଶ୍ମୀର ଦରକାର ନାହିଁ । ପାକିସ୍ତାନ ନିଜ ପାଖରେ ଥିବା ୪ଟି ପ୍ରଦେଶକୁ ପ୍ରଥମେ ସମ୍ଭାଳୁ ତାହା ପରେ କାଶ୍ମୀର କଥା ଚିନ୍ତା କରିବ । ଆଫ୍ରିଦିଙ୍କ ଏଭଳି ବୟାନକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।

ଲଣ୍ଡନରେ ବ୍ରିଟେନ ସଂସଦରେ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବୋଧନ କରିବା ବେଳେ ଏଭଳି କହିଛନ୍ତି ଶାହିଦ ଆଫ୍ରିଦ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ଆଫ୍ରିିଦି କହିଛନ୍ତି, ପାକିସ୍ତାନକୁ କାଶ୍ମୀର ଦରକାର ନାହିଁ । ପାକିସ୍ତାନ ନିଜର ୪ଟି ପ୍ରଦେଶକୁ ଚଳାଇ ପାରୁନାହିଁ । ଯେଉଁଠି ସରକାର ଆତଙ୍କବାଦକୁ ରୋକି ପାରୁ ନାହାନ୍ତି । ଶହ ଶହ ଲୋକ ମୃତ୍ୟୁବରଣ କରୁଛନ୍ତି । କାଶ୍ମୀରକୁ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ ରହିବାକୁ ଦିଆଯାଉ । ଯାହା ଫଳରେ ଏଠାରେ ଲୋକ ମରିବେ ନାହିଁ ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ମଧ୍ୟ କାଶ୍ମୀରକୁ ନେଇ ଅନେକ ଥର ବିବାଦୀୟ ବୟାନ ଦେଇଛନ୍ତି ଆଫ୍ରିଦି । ସ୍ୱତନ୍ତ୍ର କାଶ୍ମୀରକୁ ସମର୍ଥନ କରି ଅନେକ ଥର ଟ୍ୱିଟ୍ ମଧ୍ୟ କରିଛନ୍ତି ଆଫ୍ରିଦି । କାଶ୍ମୀର ବାରମ୍ବାର ଆତଙ୍କବାଦ ଓ ହିଂସାର ଶିକାର ହେଉଛି । ଏବେ ସମୟ ଆସିଛି ଏହି ସମସ୍ୟାର କିଭଳି ସମାଧାନ ହୋଇପାରିବ ।