ଯୁଦ୍ଧ ପାଇଁ ଭାରତକୁ ଉସୁକାଉଛି ପାକିସ୍ତାନ : ପାକ୍ ପ୍ରତିରକ୍ଷା ମନ୍ତ୍ରୀଙ୍କ ଉତେଜକ ବୟାନ

40

କନକ ବ୍ୟୁରୋ : ଭାରତକୁ ଯୁଦ୍ଧ ପାଇଁ ଉସୁକାଉଛି  ପାକିସ୍ତାନ । ଯୁଦ୍ଧାସ୍ତ୍ରକୁ ସଜାଇବା ପାଇଁ ରଖିନାହୁଁ । ଯଦି ପାକିସ୍ତାନର ସୁରକ୍ଷା ନେଇ କିଛି ଆଶଙ୍କା ଦେଖା ଦିଏ ତେବେ ନ୍ୟୁକ୍ଲିୟର ଯୁଦ୍ଧାସ୍ତ୍ରକୁ ଭାରତ ବିରୋଧରେ ବ୍ୟବହାର କରାଯିବ । ଏହି ଉତେଜନାକାରୀ ବୟାନ ଦେଇଛନ୍ତି ପାକ୍ ପ୍ରତିରକ୍ଷାମନ୍ତ୍ରୀ ଖ୍ୱାଜା ମହମ୍ମଦ ଆସିଫ୍ ।

ପାକିସ୍ତାନର ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଆସିଫ୍ ଏହା କହିଛନ୍ତି । ୧୮ତାରିଖରେ ଉରିରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଦିନକୁ ଦିନ ତିକ୍ତ ହେବାରେ ଲାଗିଛି। ଗୋଟିଏ ପଟେ ଭାରତ ପାକିସ୍ତାନକୁ ଏକ ଆତଙ୍କବାଦୀ ରାଷ୍ଟ୍ର ବୋଲି ବିଶ୍ୱ ସମୁଦାୟରେ ଘେରିବା ପାଇଁ କୁଟନୈତିକ ଚେଷ୍ଟା ଚଳାଇଛିି । ଅନ୍ୟପଟେ ପାକିସ୍ତାନ ସୀମାରେ ସୈନ୍ୟରେ ସମରାଭ୍ୟାସ ନାଁରେ ସେନା ଠୁଳ କରୁଛି । ଯାହାକି ପରିସ୍ଥିତିକୁ ଆହୁରି ବିଗାଡୁଛି ।