ପାକିସ୍ତାନ ଜେଲରେ ବନ୍ଦ ଥିବା ୩୬୦ ଭାରତୀୟ କଏଦୀଙ୍କୁ ମୁକ୍ତ କରିବ ପାକିସ୍ତାନ ! ସୋମବାରଠାରୁ ଆରମ୍ଭ ହେବ ମୁକ୍ତ କରିବା ପ୍ରକ୍ରିୟା ।

416

ପାକିସ୍ତାନ ଜେଲରେ ବନ୍ଦି ଥିବା ୩୬୦ ଭାରତୀୟ କଏଦୀଙ୍କୁ ଖୁବଶୀଘ୍ର ଛଡାଯିବା ପାଇଁ ଚେଷ୍ଟା କରାଯାଉଛି । ରେଡିଓ ପାକିସ୍ତାନର ଖବର ମୁତାବକ ମାନବତାର ଆଧାରରେ ଏହି ପଦକ୍ଷେପ ନିଆଯାଉଛି । ତେବେ ପାକ୍ ଏପ୍ରିଲ୍ ୮ ତାରିଖ ଅର୍ଥାତ୍ ସୋମବାରରେ ଏହି ବନ୍ଦିମାନଙ୍କୁ ଛାଡିବା କଥା କୁହାଯାଉଛି । ରେଡିଓ ପାକିସ୍ତାନର ଖବର ମୁତାବକ ସେଠାକାର ବିଦେଶ ମନ୍ତ୍ରାଳୟର ପ୍ରବକ୍ତା କହିଛନ୍ତି ବର୍ତ୍ତମାନ ସମୟରେ ପାକିସ୍ତାନ ଜେଲରେ ମୋଟ୍ ୫୩୭ ଭାରତୀୟ କଏଦୀ ବନ୍ଦି ଭାବରେ ରହିଛନ୍ତି । ଯେଉଁଥିରେ ୪୮୩ ମତ୍ସ୍ୟଜୀବୀ ଏବଂ ୫୪ ଅନ୍ୟ ନାଗରିକ ରହିଛନ୍ତି । ଖବର ମୁତାବକ ସୋମବାର ୧୦୦ ଭାରତୀୟ ମତ୍ସ୍ୟଜୀବୀକୁ ମୁକ୍ତ କରାଯାଇଛି ଏବଂ ଆଗାମୀ ୧୦୦ ମତ୍ସ୍ୟଜୀବୀଙ୍କୁ ଏପ୍ରିଲ୍ ୧୫ ତାରିଖରେ ମୁକ୍ତ କରାଯିବ । ଏଥିରେ ଆଗାମୀ ସପ୍ତାହରେ ଅର୍ଥାତ୍ ଏପ୍ରିଲ୍ ୨୨ ତାରିଖରେ ୧୦୦ ମତ୍ସ୍ୟଜୀବୀ ଏବଂ ଏପ୍ରିଲ୍ ୨୯ ତାରିଖରେ ୫ ମତ୍ସ୍ୟଜୀବୀ ତଥା ୫୫ ଅନ୍ୟ ନାଗରିକଙ୍କୁ ମୁକ୍ତ କରାଯିବ । ଏଭଳି ଭାବରେ ମୋଟ ୩୬୦ ଭାରତୀୟ କଏଦୀଙ୍କୁ ମୁକ୍ତ କରାଯିବ ।

ଖବର ମୁତାବକ ପାକିସ୍ତାନ ବିଦେଶ ମନ୍ତ୍ରାଳୟ କହିଛନ୍ତି ଭାରତର ଜେଲରେ ପାକିସ୍ତାନର ୩୪୭ ଜଣ କଏଦୀ ବନ୍ଦ ଅଛନ୍ତି ଯେଉଁଥିରେ ୨୪୯ ମତ୍ସ୍ୟଜୀବୀ ଏବଂ ୯୮ ଅନ୍ୟ ପାକ୍ ନାଗରିକ ରହିଛନ୍ତି ।