ପୂର୍ବରୁ ସୋସିଆଲ୍ ମିଡିଆରେ ଜନ ଗଣ ମନ ଗାଇ ଲୋକପ୍ରିୟ ହୋଇଥିଲେ ଏହି ପାକିସ୍ତାନୀ କ୍ରିକେଟ୍ ଫ୍ୟାନ୍ ! ଏବେ ବିଶ୍ୱକପରୁ ଭାରତ-ପାକ୍ ମଧ୍ୟରେ ଖେଳ ନ ହେବା କଥା ଶୁଣି ପ୍ରତିକ୍ରିୟା ରଖିଲେ ।

392

ପୁଲୱାମା ଆତ୍ମଘାତୀ ଆକ୍ରମଣ ପରେ ବିଶ୍ୱକପ୍ ରୁ ପାକିସ୍ତାନକୁ ବହିଷ୍କାର କରାଯିବା ପାଇଁ ସୂଚନା ଆସୁଛି । ବଡ ବଡ କ୍ରିକେଟର ପରାମର୍ଶ ଦେଇଛନ୍ତି ଯେ ବିଶ୍ୱକପ୍ ରେ ଭାରତ ବିପକ୍ଷରେ ପାକିସ୍ତାନକୁ କ୍ରିକେଟ୍ ଖେଳିବା ଉପରେ ରୋକ ଲଗାଯାଉ । ଅନ୍ୟପକ୍ଷରେ ପାକିସ୍ତାନ ତରଫରୁ ଏଥିପାଇଁ କୌଣସି ବୟାନ୍ ଆସିନାହିଁ ।

କିନ୍ତୁ ଜଣେ ପାକିସ୍ତାନୀ ଫ୍ୟାନ୍ ଆଦିଲ୍ ତାଜ୍ କହିଛନ୍ତି ଯେ ଭାରତୀୟ ଟିମ୍ ପାକିସ୍ତାନକୁ ବିଶ୍ୱକପ୍ ରେ ବହିଷ୍କାର ନ କରୁ । ଆଦିଲ୍ ଏକ ଭିଡିଓ ଜାରୀ କରି ଭାରତୀୟ ଟିମ୍ ଏବଂ ବିସିସିଆଇକୁ ଅପିଲ୍ କରିଛନ୍ତିି ଯେ ବିଶ୍ୱକପ୍ ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳ ହେବା ଦରକାର ।

ସେ କହିଛନ୍ତି ଯେ , ୨୦୦୪ ରୁ ୨୦୦୬ ସମୟ ମଧ୍ୟରେ ଯଦି ଆପଣ କୌଣସି ଖେଳାଳୀଙ୍କୁ ପଚାରିବେ ତ ସେ କହିବେ ଯେ ତାଙ୍କୁ ପାକିସ୍ତାନରେ କେତେ ଭଲପାଇବା ମିଳିଛି । ସାହିଦ୍ ଅଫରିଦି ଏବଂ ସୋଏବ୍ ଅଖତର୍ ବହୁତ ଥର କହିଛନ୍ତି ଯେ ତାଙ୍କୁ ଭାରତରେ କେତେ ଭଲପାଇବା ମିଳିଛି । ଆଦିଲ୍ କହିଛନ୍ତି ଯେ, ମୁଁ ଭାରତକୁ ଅପିଲ୍ କରିବାକୁ ଚାହୁଁଛି ଯେ ବିଶ୍ୱକପ୍ ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ କ୍ରିକେଟ୍ ଖେଳକୁ ବହିଷ୍କାର କରାନଯାଉ । ଦୁଇଦେଶ ମଧ୍ୟରେ ଥିବା ଅସୁବିଧାକୁ କଥାବାର୍ତ୍ତା ମାଧ୍ୟମରେ ଦୂର କରିବା ପାଇଁ ସେ ନେହୁରା ହୋଇଛନ୍ତି । ଆପଣଙ୍କୁ କହିରଖୁଛୁ କି ଏହାପୂର୍ବରୁ ମଧ୍ୟ ଆଦିଲଙ୍କ ଆଉ ଏକ ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା । ଯେଉଁଥିରେ ସେ ଭାରତ ଜାତୀୟ ସଙ୍ଗୀତ ଗାଉଥିବାର ଦେଖାଯାଇଥିଲେ । ଏସିଆ କପ୍ ସମୟରେ ଆଦିଲ୍ ଭାରତୀୟ ଟିମ୍ କୁ ଚିୟର୍ କରିବାକୁ ଯାଇ ଜାତୀୟ ସଙ୍ଗୀତ ଗାଇଥିଲେ ।