ପାକିସ୍ତାନ ଉପରେ ବି ଝୁଲୁଛି ଖଣ୍ଡା ! ହ୍ୱାଇଟ୍ ହାଉସର ଅଧିକାରୀଙ୍କ ଖୁଲାସା

34

କନକ ବ୍ୟୁରୋ: ଆଗାମୀ ଦିନରେ ପାକିସ୍ତାନ ଉପରେ ମଧ୍ୟ ଲାଗିପାରେ ଆମେରିକାର ଭିସା କଟକଣା । ପାକିସ୍ତାନ ଏବଂ ଆଫଗାନିସ୍ଥାନରୁ ଆମେରିକା ଆସୁଥିବା ବ୍ୟକ୍ତିଙ୍କ ଉପରେ ମଧ୍ୟ ନଜର ରଖାଯାଇଥିବା ସୂଚନା ଦେଇଛନ୍ତି ହ୍ୱାଇଟ୍ ହାଉସର ଜଣେ ବରିଷ୍ଠ ଅଧିକାରୀ । ପ୍ରଥମ ଥର ପାଇଁ ଟ୍ରମ୍ପ ସକକାରଙ୍କ ଜଣେ ଅଧିକାରୀ ପାକିସ୍ତାନ ପ୍ରତି ଥିବା ଆମେରିକାର ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି । ଆଗାମୀ ଦିନରେ ବ୍ୟାନ୍ ହୋଇଥିବା ଏହି ତାଲିକାରେ ପାକିସ୍ତାନର ନାଁ ମଧ୍ୟ ରହିପାରେ ବୋଲି ଏହି ଅଧିକାରୀ ସିବିଏସ୍ ନ୍ୟୁଜକୁ ସୂଚନା ଦେଇଛନ୍ତି ।

୭ଟି ରାଷ୍ଟ୍ରର ନାଗରିକଙ୍କ ଭିସା ଉପରେ କଟକଣା ନେଇ ନିର୍ଦ୍ଦେଶନାମା ଜାରି କରିଛିି ଟ୍ରମ୍ପ ସରକାର । ଇରାନ୍, ଇରାକ୍, ଲିବିଆ, ସୁଦାନ, ୟେମେନ୍, ସରିଆ ଏବଂ ସୋମାଲିଆ ଭଳି ସଂଖ୍ୟାଧିକ ମୁସଲିମ୍ ଥିବା ରାଷ୍ଟ୍ର ଉପରେ ଭିସା କଟକଣା ଲାଗୁ ହୋଇଛି । ଆତଙ୍କବାଦୀ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଥିବା କୁହାଯାଉଛି । ତେବେ ସେହି ସମାନ ମାପଦଣ୍ଡ ଆଧାରରେ ପାକିସ୍ତାନ ଏବଂ ଆଫଗାନିସ୍ତାନ ଉପରେ ମଧ୍ୟ ନଜର ରଖାଯାଇଥିବା ସୂଚନା ଦେଇଛନ୍ତି ଟ୍ରମ୍ପ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ।