ଭାରତର ପ୍ରତିକ୍ରିୟାରେ ଥରହର ହେଲା ପାକିସ୍ତାନ ! ପାକ୍ ରେ ବନ୍ଦ ହେଲା ୪ ଆତଙ୍କବାଦୀ କ୍ୟାମ୍ପ ।

457

ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତ ସମ୍ବନ୍ଧ ଚାଲିଛି । ଭାରତ ଲଗାତାର ପାକ୍ କୁ ମୁହଁଭଙ୍ଗା ଜବାବ୍ ଦେଉଛି । ଏହା ଉପରେ ସେଠାରେ ଥିବା ଆତଙ୍କବାଦୀ ସଂଗଠନ ଉପରେ ଏହାର ଭୟାବହ ପ୍ରଭାବ ପଡୁଛି । ପାକ୍ ଅଧିକୃତ କାଶ୍ମୀରରେ ଥିବା ୪ ଆତଙ୍କବାଦୀ କ୍ୟାମ୍ପକୁ ବନ୍ଦ କରି ଦିଆଯାଇଛି । ଏହା ଏଭଳି କରାଯାଇଛି କାରଣ ଭାରତୀୟ ସେନା ଲଗାତାର ଆତଙ୍କୀଙ୍କୁ ଟାର୍ଗେଟ୍ କରୁଛି । ଗୁଇନ୍ଦା ସୁଚନାନୁସାରେ , ମାର୍ଚ୍ଚ ୧୬ ତାରିଖରେ ପାକ୍ ରେ ଏକ ବୈଠକ ହୋଇଥିଲା । ନିକିୟାଲ୍ ରେ ହୋଇଥିବା ଏହି ବୈଠକରେ ପାକିସ୍ତାନର ଗୁଇନ୍ଦା ଏଜେନ୍ସୀ ଆଇଏସଆଇ ଏବଂ ଲସ୍କର-ଏ-ତୋଏବା ଆତଙ୍କୀ ଅସଫାକ୍ ବଡୱାଲ୍ ମଧ୍ୟ ସାମିଲ୍ ହୋଇଥିଲେ । ଏହି ଅଞ୍ଚଳ ରାଜୋରୀ କ୍ଷେତ୍ରର ପାଖାପାଖି ଅଞ୍ଚଳରେ ଥିଲା ।

ଏହି ବୈଠକରେ ସେଠାରେ ଥିବା ସବୁ ଆତଙ୍କୀ ସଂଗଠନକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । କାରଣ ଭାରତ ତରଫରୁ ଲଗାତାର ସିଜଫାୟାର ଉଲ୍ଲଘଂନ କରାଯାଇଥିଲା ଯାହାର ଜବାବରେ ଭାରୀ ଗୋଳାବାରୁଦରେ ଜବାବ୍ ଦିଆଯାଇଥିଲା । ଏହି କାରଣରୁ କ୍ୟାମ୍ପଟି ସମସ୍ତଙ୍କ ଟାର୍ଗେଟରେ ଚାଲିଆସିଥିଲା । ପାକିସ୍ତାନ ଯେଉଁ କ୍ୟାମ୍ପକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ତାହା କୋଟଲୀ ଏବଂ ନିକିୟାଲ୍ ସେକ୍ଟରରେ ରହିଛି ଯାହା ସୁନ୍ଦରବନୀ ଏବଂ ରାଜୋରୀ ପାଖରେ ରହିଛି । ୪ ଆତଙ୍କବାଦୀ କ୍ୟାମ୍ପର ସଂଚାଳନ ଆତଙ୍କବାଦୀ ଅସଫାକ୍ ବଡୱାଲ୍ କରୁଥିଲା । ସେତେବେଳେ ଆଇଏସଆଇ ନିଜର ସନ୍ଦେଶ ତାକୁ ହିଁ ଦେଉଥିଲା । ଅନ୍ୟପକ୍ଷରେ ଦୁଇଟି କ୍ୟାମ୍ପ ପାଲା ଏବଂ ବାଘା କ୍ଷେତ୍ରରେ ରହିଛି । ଯାହା ଜୈସ୍-ଏ-ମହମ୍ମଦ ଦ୍ୱାରା ସଂଚାଳିତ କରାଯାଉଛି । ଫେବୃୟାରୀ ୧୪ ତାରିଖରେ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ବାରମ୍ବାର ସିଜଫାୟାର ଉଲ୍ଲଘଂନ କରାଯାଉଥିଲା । ୨୦୧୯ ରେ ହିଁ ୬୩୪ ଥର ସିଜଫାୟାର ଉଲ୍ଲଘଂନ କରାଯାଇଛି । ଗତବର୍ଷ ୧୬୨୯ ଥର ସିଜଫାୟାର ଉଲ୍ଲଘଂନ କରାଯାଇଥିଲା ।