ଏବେ ଚୀନ ବି ଛାଡ଼ିଲା ପାକିସ୍ତାନର ହାତ ! ବଦନାମୀ ଭୟରେ ଆତଙ୍କବାଦୀ ରାଷ୍ଟ୍ରରୁ ଦୂରେଇ ରହିବା ପାଇଁ ନେଲା ନିଷ୍ପତ୍ତି

23

କନକ ବ୍ୟୁରୋ : ଶେଷରେ ଚୀନ ବି ଛାଡ଼ିଲା ପାକିସ୍ତାନର ହାତ ଛାଡ଼ିଲା । ପୂର୍ବରୁ ଭାରତକୁ ଦବାଇବା ପାଇଁ ଚୀନ ପାକିସ୍ତାନକୁ ସବୁ ପ୍ରକାରର ସାମରିକ ସହାୟତା ପ୍ରଦାନ କରୁଥିଲା । ପାକିସ୍ତାନକୁ ସବୁବେଳେ ସୁରକ୍ଷା ଦେଇଆସୁଥିଲା ଚୀନ୍ । କିନ୍ତୁ ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛି ବୋଲି ଅନେକ ଦେଶ ବିରୋଧ କରୁଥିଲେ । କେବଳ ଏତିକି ନୁହେଁ ବିଶ୍ୱ ସ୍ତରରେ ମଧ୍ୟ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନକୁ ସବୁଆଡ଼େ ନିନ୍ଦା କରାଯାଉଥିଲା । କିନ୍ତୁ ଏସବୁ ସ୍ଥଳେ ସବୁବେଳେ ପାକିସ୍ତାନକୁ ଚୀନ୍ ପରୋକ୍ଷ ଓ ପ୍ରତ୍ୟେକ୍ଷ ରୂପେ ସହାୟତା ପ୍ରଦାନ କରିଆସୁଥିଲା । ତେବେ ଶେଷର ଚୀନ ବି ପାକିସ୍ତାନର ହାତ ଛାଡ଼ି ଦେଇଛି ।

pakistan and china

ଆତଙ୍କବାଦ ମାମଲାରେ ପାକିସ୍ତାନକୁ ଚୀନର ସହଯୋଗ ମିଳୁନାହିଁ । ଚୀନ ପାକିସ୍ତାନକୁ ସ୍ପଷ୍ଟ କରିଦେଇଛି, ଆତଙ୍କବାଦୀ ମାମଲାରେ ସେ କୌଣସି ସାହାଯ୍ୟ ସହଯୋଗ କରିପାରିବ ନାହିଁ । ଯେଉଁ ଦେଶରେ ଆତଙ୍କବାଦ ଉପରେ ଲଗାମ ଲଗାଇବ ମାମଲା ଉପରେ ନଜର ରଖାଯିବ ସେନେଇ ତିଆରି ହେବ ଏକ ତାଲିକା । ଆଉ ପାକିସ୍ତାନକୁ ସେହି ଦେଶ ଗୁଡ଼ିକ  ମଧ୍ୟରେ ତାଲିକାଭୁକ୍ତ କରିବା ପାଇଁ ଆଲୋଚନା ହେଉଛି । ଆଉ ଏହି ଆଧାରରରେ ହିଁ ଦେଶ ଗୁଡ଼ିକୁ ଆତଙ୍କବାଦ ଉପରେ ଲଗାଇମ ଲଗାଇବା ପାଇଁ ସାହାଯ୍ୟ କରାଯାଏ । ଆମେରିକା ଲଗାତାର ପାକିସ୍ତାକୁ ଫାଇନାନ୍ସିଆଲ ଆକ୍ସନ ଟାକ୍ସ ଫୋର୍ସ (FATF)ର ‘ଗ୍ରେ ଲିଷ୍ଟ’ରେ ଅନ୍ତର୍ଭୁକ୍ତ କରିବା ପାଇଁ ଦାବି କରିଆସୁଛି ।

ପାକିସ୍ତାନର ଖବରକାଗରେ ଛପିଥିବା ଏକ ରିପୋର୍ଟ ଅନୁସାରେ ଚୀନ, ପାକିସ୍ତାନକୁ କହିଛି ଆତଙ୍କବାଦୀ ମାମଲାରେ ସେ ତାଙ୍କୁ ସାହଯ୍ୟ କରିପାରିବ ନାହିଁ । ଏପରି ହେବାଦ୍ୱାରା ତାଙ୍କର ବି ବଦନାମୀ ହେଉଛି । ଗତ ସପ୍ତାହରେ FATFର ସଦସ୍ୟ ଦେଶରେ ପାକିସ୍ତାନକୁ ତାଲିକାଭୁକ୍ତ କରିବା ପାଇଁ ଜୋର ଦେଇଥିଲା । ଏହା ପୂର୍ବରୁ ୨୦୧୫ରେ ପାକିସ୍ତାନ ଏହି ତାଲିକାରେ ସାମିଲ ଥିଲା । ରପୋର୍ଟ ଅନୁସାରେ ପୂର୍ବରୁ ପାକିସ୍ତାନକୁ ଏହି ତାଲିକାଭୁକ୍ତ କରିବା ପାଇଁ ବିରୋଦ କରିଥିଲା । କିନ୍ତୁ ଏବେ ପଛକୁ ହଟିଛି ଚୀନ୍ । କୁହାଯାଉଛି ଆମେରିକା ଏଥିରେ ଗୁରୂତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏଥିବାପାଇଁ ପାକିସ୍ତାନ ଆମରିକା ଉପରେ ନାରାଜ ମଧ୍ୟ ଅଛି । ଉଭୟ ଦେଶ ମଧ୍ୟରେ ବେଶ କିଛି ଦିନ ହେବ ସମ୍ପର୍କ ଭଲ ନାହିଁ । ୨୦୧୭ରେ ଆମରେିକା ପାକିସ୍ତାନକୁ ଦେଉଥିବା ସୈନ୍ୟ ସାହଯ୍ୟ ଉପରେ ମଧ୍ୟ ରୋକ ଲଗାଇବା ପାଇଁ  ନିଷ୍ପତ୍ତି ନେଇଥିଲା ।