ମିଛ କହିଲା ପାକିସ୍ତାନ ! ବାହାର ରାଷ୍ଟ୍ରର ଫଟୋ ଦେଖାଇ ଭାରତକୁ ବଦନାମ କରିବାର ଚକ୍ରାନ୍ତରେ ପଡିଲା ପାଣି

66

maleehaକନକ ବ୍ୟୁରୋ : ଧରାପଡିଲା ପାକିସ୍ତାନର ମିଛ । ଜାତିସଂଘରେ ଭାରତକୁ ଜବାବ ଦେବାକୁ ମିଛର ସାହାରା ନେଇଛି ପଡୋଶୀ ରାଷ୍ଟ୍ର । ସୁଷମା ସ୍ୱରାଜଙ୍କ କଡା ଭର୍ତ୍ସନା ପରେ ରାଇଟ୍ ଟୁ ରିପ୍ଲାଏ ଆଧାରରେ ପ୍ରତିକ୍ରିୟା ରଖିଥିଲେ ପାକିସ୍ତାନର ସ୍ଥାୟୀ ପ୍ରତିନିଧି ମଲିହା ଲୋଧୀ । ହେଲେ ଜବାବ୍ ଦେବାକୁ ଯାଇ ନେଇଛନ୍ତି ମିଛର ସାହାରା । ହେଲେ ଭାରତକୁ ବଦନାମ କରିବାର ପାକିସ୍ତାନର ଏହି ଚକ୍ରାନ୍ତରେ ପଡିଲା ପାଣି  ।

କଶ୍ମୀରରେ ଲୋକଙ୍କ ଉପରେ ନିର୍ଯାତନା ହେଉଥିବା ଦାବି କରି ଜାତିସଂଘରେ ଏକ ଫଟୋ ଦେଖାଇଥିଲେ ଲୋଧୀ । ଯେଉଁଥିରେ ଜଣେ ଯୁବତୀଙ୍କ କ୍ଷତ ବିକ୍ଷତ ଚେହେରା ଦେଖିବାକୁ ମିଳିଥିଲା । ଫଟୋକୁ ଦେଖାଇ ଲୋଧୀ କହିଥିଲେ ଏହା ହେଉଛି ଭାରତୀୟ ଲୋକତନ୍ତ୍ରର ପ୍ରକୃତ ଛବି । ଏହା ସହ କହିଥିଲେ ଭାରତୀୟ ସୁରକ୍ଷାବଳଙ୍କ ନିର୍ଯାତନାର ପ୍ରମାଣ ହେଉଛି ଏହି ଯୁବତୀଙ୍କ ଚେହେରା ।

Captureକିନ୍ତୁ ପ୍ରକୃତରେ ଏହି ଫଟୋ ସହ ଭାରତର ଦୂର ଦୂର ପର୍ଯ୍ୟନ୍ତ କୌଣସି ସଂପର୍କ ନାହିଁ । ଫଟୋଟି ହେଉଛି ଗାଜାର । ଆଉ ଯୁବତୀ ଜଣକ କଶ୍ମୀରର ନୁହଁନ୍ତି ବରଂ ପେଲେଷ୍ଟିନର ୧୭ ବର୍ଷୀୟା ରୱା ଅବୁ ଜମ୍ । ଫଟୋଟିକୁ ଉଠାଇଥିଲେ ଜଣେ ପୁରସ୍କାର ପ୍ରାପ୍ତ ଫଟୋଜର୍ଣ୍ଣାଲିଷ୍ଟ ହୈଦୀ ଲେଭିନ୍ । ଫଟୋଟି ଗାଜା ସହରର ଏକ ହସ୍ପିଟାଲରେ ୨୨ ଜୁଲାଇ ୨୦୧୪ରେ ଉଠାଯାଇଥିଲା । ଇସ୍ରାଏଲ୍ ଆକ୍ରମଣରେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ରୱା ।ଏପରିକି ଏହି ଫଟୋକୁ ୨୭ ମାର୍ଚ୍ଚ ୨୦୧୫ରେ ଡାକ୍ତର ରାମୀ ଆବଦୁ ଟୁଇଟ୍ କରିଥିଲେ । ଯିଏକି ୟୁରୋ ମେଡିଟେରିଆନ୍ ହ୍ୟୁମାନ୍ ରାଇଟ୍ସ ମନିଟରର ପ୍ରତିଷ୍ଠାତା ।

ଗତକାଲି ଜାତିସଂଘର ସାଧାରଣ ପରିଷଦ ବୈଠକରେ ପାକିସ୍ତାନ ଉପରେ ସୁଷମା ସ୍ୱରାଜ ବର୍ଷିଛନ୍ତି । ବିଶ୍ୱ ସମୁଦାୟ ଆଗରେ ପାକିସ୍ତାନର ଅସଲ ମୁଖା ଖୋଲି ଦେଇଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ । ପାକିସ୍ତାନକୁ ଟେରୋରିସ୍ତାନର ଆଖ୍ୟା ଦେବା ସହ ସିଧାସଳଖ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ନାଁ ନେଇ ପାକିସ୍ତାନର ଦୋମୁହାଁ ନୀତିକୁ ସମାଲୋଚନା କରିଛନ୍ତି ସୁଷମା ସ୍ୱରାଜ । ଭାରତ ଦାରିଦ୍ର୍ୟତା ବିରୋଧରେ ଲଢ଼ୁଥିବା ବେଳେ ପାକିସ୍ତାନ, ଭାରତ ବିରୋଧରେ ଲଢ଼ୁଛି ବୋଲି କହିଛନ୍ତି ସୁଷମା । ଏହା ବ୍ୟତୀତ ଜଳବାୟୁ ପରିବର୍ତନ, ଆର୍ଥିକ ବିକାଶ ପାଇଁ ବିଶ୍ୱ ସମୁଦାୟ ଏକଠି ହେବା, ସାଇବର କ୍ରାଇମ୍ ଏବଂ ଶାନ୍ତି ପ୍ରତିଷ୍ଠା ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଭାରତ ପକ୍ଷରୁ ଉପସ୍ଥାପନ କରିଛନ୍ତି ସୁଷମା ସ୍ୱରାଜ ।

Swarajଜାତିସଂଘରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସାହିଦ୍ ଖାକାନୀ ଆବାସୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ । ଯିଏ ମାନବିକତାର ହତ୍ୟା କରୁଛି, ସିଏ ଜାତିସଂଘରେ ମାନବିକତାର ପାଠ ପଢ଼ାଉଛି ବୋଲି କହିଛନ୍ତି ସୁଷମା । ଭାରତ-ପାକିସ୍ତାନ, ଗୋଟିଏ ସମୟରେ ସ୍ୱାଧିନତା ହାସଲ କରିଥିଲେ । ହେଲେ ଭାରତର ପରିଚୟ କଣ ଏବଂ ପାକିସ୍ତାନର ପରିଚୟ କଣ, ତାହା ପାକିସ୍ତାନ ଚିନ୍ତା କରିବା କଥା ବୋଲି କହିଛନ୍ତି ସୁଷମା ସ୍ୱରାଜ । ଭାରତ, ସାରା ବିଶ୍ୱରେ ଆଇଟି ହବ୍ ଭାବରେ ପରିଚିତ । ହେଲେ ପାକିସ୍ତାନ ଆତଙ୍କବାଦୀ ସୃଷ୍ଟି କରୁଥିବା ରାଷ୍ଟ୍ର ଭାବରେ ନିନ୍ଦିତ ବୋଲି କହିଛନ୍ତି ସୁଷମା । ଭାରତ ଦାରିଦ୍ର୍ୟତା ବିରୋଧରେ ଲଢ଼ୁଥିବା ବେଳେ ପାକିସ୍ତାନ, ଭାରତ ସହ ଲଢୁଛି ବୋଲି ସୁଷମା କହିଛନ୍ତି ।