ପାକ୍ ଅଧିନାୟକଙ୍କ ମଜା ଉଡାଇଲେ ପାକ୍ ପ୍ରଶଂସକ ! ପଡିଆ ମଝିରେ ସରଫରାଜ୍ ଅହମ୍ମଦଙ୍କୁ ମୋଟା ଡାକିଲେ ପାକ୍ ଫ୍ୟାନ୍ସ, ଭିଡିଓ ହେଲା ଭାଇରାଲ୍ ।

373

ଭାରତ ବିରୋଦ୍ଧରେ ରବିବାର ଖେଳାଯାଇଥିବା ଆଇସିସି କ୍ରିକେଟ୍ ବିଶ୍ୱକପ୍ ମ୍ୟାଚ୍ ରେ ୮୯ ରନରେ ହାରିବା ପରେ ପାକ୍ ଅଧିନାୟକ ସରଫରାଜ୍ ଅହମ୍ମଦଙ୍କୁ ପ୍ରଶଂସକଙ୍କ ଆକ୍ରୋଶର ଶିକାର ହେବାକୁ ପଡିଛି । ଏହି ହାର୍ ପରେ ସବୁ ପାକ୍ ଖେଳାଳୀଙ୍କୁ ପାକ୍ ପ୍ରଶଂସକ ଗାଳିର ଗୋଳା ଫୋପାଡିଛନ୍ତି । କିନ୍ତୁ ପାକିସ୍ତାନ ଅଧିନାୟକଙ୍କୁ ବିଚ୍ ମଇଦାନରେ ଖୁବ୍ ଲଜ୍ଜାଜନକ ପରିସ୍ଥିତିର ସାମ୍ନା କରିବାକୁ ପଡିଛି । ପାକ୍ ଟିମ୍ ର ଖେଳାଳୀଙ୍କ ଫିଟନେସ୍ କୁ ନେଇ ଖୋଦ୍ ପାକ୍ ପ୍ରଶଂସକ ଖୁବ୍ ରାଗି ଯାଇଛନ୍ତି । ସରଫରାଜ୍ ଅହମ୍ମଦଙ୍କୁ କିଛି ପ୍ରଶଂସକ ପଡିଆରେ ହିଁ ମୋଟା ବୋଲି ଡାକିଦେଇଛନ୍ତି ।

ଭାରତଠାରୁ ହାରିବା ପରେ କ୍ରୋଧିତ ଫ୍ୟାନ୍ସ ସରଫରାଜ୍ ଙ୍କୁ ମୋଟା ବୋଲି ସମ୍ବୋଧନ କରିଥିଲେ । ଏବେ ଏହାର ଏକ ଭିଡିଓ ଖୁବ୍ ଭାଇରାଲ୍ ହେଉଛି । ଯେଉଁଥିରେ ସେ ପାକ୍ କ୍ୟାପଟେନ୍ ସରଫରାଜ୍ ଅହମ୍ମଦଙ୍କ ଏ ମୋଟା-ମୋଟା ସରଫରାଜ୍ କହି ଡାକୁଥିବାର ଦେଖାଯାଉଛି । ମାନଚେଷ୍ଟରର ଷ୍ଟାଡିୟମ୍ ର ଏଭଳି କିଛି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ମ୍ୟାଚ୍ ପରେ କିଛି ପ୍ରଶଂସକ ଭାରତୀୟ ଟିମ୍ ର ପ୍ରଶଂସା କରୁଥିବା ବେଳେ ଆଉ କିଛି ପ୍ରଶଂସକ ପାକିସ୍ତାନ ଟିମ୍ ର ମଜା ଉଡାଉଥିବା ମଧ୍ୟ ଦେଖାଯାଇଥିଲା । ସରଫରାଜ୍ ଙ୍କ ସହ ଏଭଳି ବ୍ୟବହାର ହେଉଥିବା ସମୟରେ ପାଖରେ କୋଚ୍ ମିକି ଅର୍ଥର ମଧ୍ୟ ଥିଲେ । ସରଫରାଜ୍ ଙ୍କ ମଜା ଉଡୁଥିବା ସମୟରେ ସେ ମଧ୍ୟ ବୁଲି ଦେଖୁଥିଲେ । ଭାରତରୁ ହାରିବା ପରେ ପାକ୍ ପ୍ରଶଂସକ ତାଙ୍କ ଖେଳାଳୀଙ୍କୁ ହିଁ ବେଇଜ୍ଜତ କରୁଛନ୍ତି । ଭାରତ ସହ ମ୍ୟାଚ୍ ହାରିବା ପରେ ପାକ୍ ଏବେ ନବମ ସ୍ଥାନରେ ରହିଛି ଏବଂ ଜୁନ୍ ୨୩ ରେ ସେ ନିଜ ଆଗାମୀ ମୁକାବିଲା ଦକ୍ଷିଣ ଆଫ୍ରିକା ସହ ଲଣ୍ଡନ ସହ ଖେଳିବ ।

କେବଳ ପ୍ରଶଂସକ ନୁହଁ ପାକ୍ କ୍ରିକେଟ୍ ଟିମର ପୂର୍ବ ବୋଲର୍ ଶୋଏବ୍ ଅଖତର୍ ମଧ୍ୟ ତାଙ୍କର ଫିଟନେସ୍ କୁ ନେଇ ଖୁବ୍ ମଜା ଉଡାଇଥିଲେ । ଅଖତର୍ କହିଥିଲେ , ସରଫରାଜ୍ ଯେତେବେଳେ ଟସ୍ ପାଇଁ ଆସିଥାନ୍ତି ତାଙ୍କ ପେଟ ଆଗକୁ ବାହାରିଥାଏ । ତାଙ୍କ ମୁହଁ ବି ମୋଟା । ସେ ପ୍ରଥମ ଅଧିନାୟକ ଯେ ସମ୍ପୁର୍ଣ୍ଣର୍ ଅନଫିଟ୍ ।