ପାକିସ୍ତାନର ବଲୁଚିସ୍ତାନ ପ୍ରାନ୍ତରେ ବଡଧରଣର ବିସ୍ଫୋରଣ ! ୨୫ ମୃତ,୩୦ରୁ ଅଧିକ ଆହତ

75

କନକ ବ୍ୟୁରୋ : ପାକିସ୍ତାନର ବଲୁଚିସ୍ତାନ ପ୍ରାନ୍ତରେ ବଡଧରଣର ବିସ୍ଫୋରଣ । ବିସ୍ଫୋରଣରେ ୨୫ଜଣଙ୍କ ମୃତ୍ୟୁ ଓ ୩୦ରୁ ଅଧିକ ଆହତ ହୋଇଛନ୍ତି । ମସ୍ତଙ୍ଗ ଅଂଚଳର ମସଜିଦ ନିକଟରେ ଘଟିଛି ଏହି ବିସ୍ଫୋରଣ । ଏଥିରେ ପାକ ସିନେଟର ଉପାଧ୍ୟକ୍ଷ ମୌଲାନା ଅବଦୁଲ ଗଫୁର ହୈଦରୀ ମଧ୍ୟ ଆହତ ହୋଇଛନ୍ତି । ନମାଜ ପାଠ ପରେ ହୈଦରୀ ଲୋକଙ୍କୁ ସମ୍ବୋଧିତ କରି ଫେରୁଥିବା ବେଳେ ବିସ୍ଫୋରଣ ହୋଇଛି । ସିନେଟ ଉପାଧ୍ୟକ୍ଷଙ୍କୁ ଟାର୍ଗେଟ କରି ଏହି ହମଲା ହୋଇଥିବା ସନ୍ଦେହ କରାଯାଉଛି ।