ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରୋଣ ହୋଇ ୩୫ ମୃତ, ୪ରୁ ଉର୍ଦ୍ଧ୍ୱ ଆହତ : କଡା ସୁରକ୍ଷା ଥାଇ ମଧ୍ୟ ସାଧାରଣ ଲୋକମାନଙ୍କର ଗଲା ପ୍ରାଣ

38

କନକ ବ୍ୟୁରୋ : ଥମିବାରେ ନା ନେଉନାହିଁ ପାକିସ୍ତାନରେ ଆତଙ୍କବାଦ । ପ୍ରତ୍ୟେକ ସମୟରେ ସେଠାରେ ଆତଙ୍କ ରଚୁଛନ୍ତି ଆତଙ୍କବାଦୀ । ସଠୋରେ ସ୍ଥିତି ଏପରି ହେଲାଣି ଯେ, ପ୍ରତ୍ୟେକ ଦିନ ବିସ୍ଫୋରୋଣ ହୋଇ ଅନେର ଲୋକ ପ୍ରାଣ ହରାଉଛନ୍ତି । ତେବେ । ଏହାରି ମଧ୍ୟରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଗତକାଲି ଅର୍ଥାତ୍ ବୁଧବାର ଅନୁଷ୍ଠିତ ହୋଇଛି । ସାଧାରଣ ଭାବରେ ନିର୍ବାଚନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥାଏ । କିନ୍ତୁ ଏତେ କଡା ସୁରକ୍ଷା ମଧ୍ୟରେ ବି ପାକିସ୍ତାନରେ ବିସ୍ଫେରାରଣ ହୋଇଛି । ଯାହାକୁ ନେଇ ସେଠାକାର ସ୍ଥାନୟ ବାସିନ୍ଦା । କ୍ୱେଟା ସହରରେ ଭୋଟ୍ ଆରମ୍ଭ ହେବା ପରେ ଏକ ଆତ୍ମଘାତୀ ବିସ୍ଫୋରଣ ଘଟିଥିଲା। ଫଳରେ ୩୫ ଜଣ ଲୋକ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ପୁଲିସ ଓ ଦୁଇଜଣ ଛୋଟ ପିଲା ଅଛନ୍ତି। ସମସ୍ତ ଆହତଙ୍କୁ ନିକଟସ୍ଥ ଏକ ମେଡିକାଲରେ ଭର୍ତ୍ତି କରାଯାଇ । ଚିକିତ୍ସା କରାଯାଉଛି । ଏଥିରେ ୪୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଥିବା ଜଣାଯାଇଛି। କ୍ୱେଟାର ପୂର୍ବ ବାଇପାସ୍ ନିକଟସ୍ଥ ପୋଲିଂ ବୁଥ୍ ବାହାରେ ଏହି ଧମାକା ହୋଇଥିଲା।

ନିର୍ବାଚନ ନିର୍ବାଚନ କମିଶନଙ୍କ ଦ୍ୱାରା ନିର୍ଦ୍ଧାରିତ କାର୍ୟ୍ୟସୂଚୀ ଅନୁସାରେ ସକାଳ ୮ଟା ବେଳେ ମତଦାନ ଆରମ୍ଭ ହୋଇଥିଲା। କ୍ୱେଟା ଓ ଆଉ କିଛି ସ୍ଥାନରେ ଛୋଟବଡ଼ ବୋମା ବିସ୍ଫୋରଣ ଘଟିଥିଲା। ବାକି ସ୍ଥାନୁଗୁଡ଼ିକରେ ମତଦାନ କେନ୍ଦ୍ରରେ କୈାଣସି ବିଶୃଙ୍ଖଳା ଦେଖାଯାଇନଥିଲା ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଏହା ଚାଲିଥିଲା। ନିର୍ବାଚନରେ ମୋଟ ୩,୪୫୯ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ମୋଟ ୩୪୨ ଆସନ ମଧ୍ୟରୁ ୭୦ଟି ପୂର୍ବରୁ ସଂରକ୍ଷିତ ରହିଥିଲା ବେଳେ ବଳକା ୨୭୨ ଆସନରେ ନିର୍ବାଚନ ହୋଇଥିଲା। ଅନ୍ୟପକ୍ଷରେ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଥିବା ୫୭୭ ଆସନ ନିମନ୍ତେ ୮,୩୯୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଦୌଡ଼ରେ ଥିବା ପ୍ରମୁଖ ଦାବିଦାରଙ୍କ ମଧ୍ୟରେ ପାକିସ୍ତାନ ମୁସ୍ଲିମ୍ ଲିଗ (ପିଏମ୍ଏଲ୍-ଏନ୍)ର ଶେହବାଜ ସରିଫ୍, ପାକିସ୍ତାନ ତେହରିକ୍-ଏ-ଇନ୍ସାଫ୍ର ଇମ୍ରାନ୍ ଖାନ୍, ପାକିସ୍ତାନ ପିପୁଲ୍ସ ପାର୍ଟିର ବିଲାଓ୍ଵଲ ଭୁଟ୍ଟୋ ଜର୍ଦାରୀ, ମୁତ୍ତାହିଦା କୌମି ମୁଭମେଣ୍ଟ ପାକିସ୍ତାନର ଖାଲିଦ୍ ମକବୁଲ୍ ସିଦ୍ଦିକି ଓ ମୁତ୍ତାହିଦା ମଜଲିସ୍-ଏ-ଅମଲ୍ର ଫଜଲ୍ ଉର୍ ରହମାନ ରହିଛନ୍ତି। ତେବେ ବାରମ୍ବାର ପାକିସ୍ତାନରେ ଏପରି ବିସ୍ଫୋରୋଣ ହେଉଥିବାରୁ ଅନେକ ସାଧାରଣ ଲୋକଙ୍କର ମୃତ୍ୟୁ ହେଉଛି । ତେଣୁ ସରକାର ସେଠାକାର ଲୋକମାନଙ୍କୁ କିପରି ଭାବରେ ସୁରକ୍ଷା ଯୋଗାଇ ଦେବେ ତାହା ହିଁ ଦଖେିବାକୁ ବାକି ରହିଲ ।