ଚୀନର ଗୁଲାମ୍ ହେବ ପାକିସ୍ତାନ ? ଏସିଆରେ ରାଜ୍ କରିବ ଚାଇନା ? ଜାଣନ୍ତୁ କାହିଁକି ହେଉଛି ଏଭଳି ଚର୍ଚ୍ଚା ।

32

ଦୁନିଆରେ ନିଜ ଶକ୍ତି ବଢାଇବା ପାଇଁ ସମସ୍ତ ପ୍ରକାର ପ୍ରୟାସ ଆରମ୍ଭ କରି୍ଛି ଚୀନ୍ । ଏସିଆ ମହାଦେଶର ସମସ୍ତ ଦେଶକୁ ନିଜ ପଛରେ ରଖି ନେତା ହେବା ପାଇଁ ଚେଷ୍ଟା ଚଳାଇଛି ଚାଇନା । ଆଉ ଏହି ଶକ୍ତି ବଳରେ ସାରା ଦୁନିଆରେ ନିଜ ଦବଦବା ରଖିବା ଲକ୍ଷ୍ୟରେ ରହିଛି ଚୀନ୍ । ଆଉ ଏହାରି ମଧ୍ୟରେ ଓବିଓଆର ଚୀନର ଏକ ମହତ୍ତ୍ୱାକାଂକ୍ଷୀ ପ୍ରୋଜେକ୍ଟ ଅଟେ । ଏହି ପ୍ରୋଜେକ୍ଟ ଚୀନର ସେହି ରାସ୍ତା ଏବଂ ସମୁଦ୍ର ପଥଗୁଡିକୁ ପୁଣି ଥରେ ଜୀବିତ କରିବାର ଇଚ୍ଛା ଥିଲା, ଯାହା ଜରିଆରେ ମଧ୍ୟଯୁଗ ପର୍ଯ୍ୟନ୍ତ ଚୀନ୍, ୟୁରୋପ ଏବଂ ଆଫ୍ରିକା ସହ ବ୍ୟାପାର କରୁଥିଲା । ଆଉ ଚୀନର ଏହି ମହତ୍ତ୍ୱାକାଂକ୍ଷୀ ପ୍ରୋଜେକ୍ଟର ଏକ ଅଂଶ ହେଉଛି, ଚାଇନା-ପାକ୍ ଇକୋନୋମିକ୍ କରିଡର ।

ସୂଚନା ଅନୁଯାୟୀ, ଏହି ପ୍ରୋଜେକ୍ଟକୁ ଆଖି ଆଗରେ ରଖି ଚୀନ୍, ପାକିସ୍ତାନର ଗ୍ୱାଦର ଠାରେ ଏକ ଅଲଗା ସହର ସ୍ଥାପନ କରୁଛି । ଏହି ସହରରେ ୫ ଲକ୍ଷ ଲୋକ ରହିବେ । ଏବଂ ଏମାନେ ସମସ୍ତେ ଚୀନର ହିଁ ନାଗରିକ ହୋଇଥିବେ । ଏବଂ ଏହି ସହର ନିର୍ମାଣ ପାଇଁ ଚାନ ପାଖାପାଖି ୧୫ କୋଟି ଡଲାର ଖର୍ଚ୍ଚ କରୁଛି । ତେବେ ଚୀନ୍ କ୍ରମାଗତ ଭାବେ ପାକିସ୍ତାନ ଉପରେ ନିଜ ଆଧିପତ୍ୟ ବିସ୍ତାର କରୁଥିବା ଦେଖିବାକୁ ମିଳୁଛି । ଚାଇନା-ପାକ୍ ଇନଭେଷ୍ଟମେଣ୍ଟ କର୍ପୋରେସନ, ଗ୍ୱାଦର ଠାରେ ୩୬ ଲକ୍ଷ ବର୍ଗ ଫୁଟ ଜାଗା କିଣିଥିବା ଜଣାପଡିଛି ।

ତେବେ କେବଳ ଏତିକି ନୁହେଁ, ପାକିସ୍ତାନର ପାଇପଲାଇନ୍, ରେଲୱେ, ହାଇୱେ, ମୋବାଇଲ୍ ନେଟୱାର୍କ, ପାୱାର ପ୍ଲାଣ୍ଟରେ ମଧ୍ୟ ଚୀନ୍ ଅନେକ ଟଙ୍କା ନିବେଶ କରିଛି । ତେବେ ସୂଚନା ଅନୁଯାୟୀ, ୨୦୧୭ ମସିହାରେ ବେଜିଂ ଠାରେ ଓବିଓଆର ଶିଖର ସମ୍ମିଳନୀର ଆୟୋଜନ କରାଯାଇଥିଲା । ଯେଉଁଥିରେ ଅନେକ ଦେଶ ଉପସ୍ଥିତ ରହିଥିଲେ । ଅପରପକ୍ଷେ ଭାରତ ଏହି ସମ୍ମିଳନୀକୁ ବହିଷ୍କାର କରିଥିଲା । ଆଉ ଏବେ ନିଜ ଶକ୍ତି ବଢାଇବା ଆରମ୍ଭ କରିଦେଇଛି ଚୀନ୍ । ପାକିସ୍ତାନର ଗ୍ୱାଦର ଠାରେ ଚୀନ୍ ନିଜ ଦେଶବାସୀଙ୍କ ପାଇଁ ଏକ ବଡ ସହର ସ୍ଥାପନ କରିବା, ଏହାର ଏକ ଜ୍ୱଳନ୍ତ ଉଦାହରଣ ଅଟେ ।