କାଙ୍ଗାଳ ହୋଇଯିବ ପାକିସ୍ତାନ ! ଆରମ୍ଭ ହେଲା କାଉଣ୍ଟଡାଉନ୍, ଡରିଗଲେ ଟେରୋରିସ୍ତାନର ସେନାମୁଖ୍ୟ

56

କନକ ବ୍ୟୁରୋ : କାଙ୍ଗାଳ ହୋଇଯିବ ପାକିସ୍ତାନ । ଏଥିପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ୍ । ଆଉ ମାତ୍ର ଦିନ କେଇଟା ପରେ ପାକିସ୍ତାନ ଦେବାଳିଆ ହୋଇଯିବ । ଆର୍ନ୍ତଜାତୀୟ ବଜାରରୁ ମାତ୍ର ତିନି ମାସ ପର୍ଯ୍ୟନ୍ତ ବିଭିନ୍ନ ସାମଗ୍ରୀ ଆମଦାନୀ କରିବା ପାଇଁ ପାକିସ୍ତାନ ପାଖରେ ଡଲାର ରହିଛି । ତିନି ମାସ ପରେ ପାକିସ୍ତାନ କଣ କରିବ ସେ କଥା ନିଜେ ବୁଝିପାରୁନି । ପ୍ରାୟ ୧୨ରୁ ୧୬ ସପ୍ତାହ ମଧ୍ୟରେ ପାକିସ୍ତାନର ଦେବାଳିଆ ପରିସ୍ଥିତି ବିଶ୍ୱ ସମୁଦାୟ ସାମ୍ନାକୁ ଆସିଯିବ । ଏହା ପରେ ପାକିସ୍ତାନର ମୁହଁ ଫୁଟାଣି ବନ୍ଦ ହୋଇଯିବ ।

pakistan-terrorist-state_webପାକିସ୍ତାନ ଏବେ ଦେବାଳିଆ ଦିଗକୁ ଗତି କରୁଛି । ଆଗାମୀ ଦିନରେ ଦେବାଳିଆ ଦେଶ ମଧ୍ୟେରେ ନାଁ ଆସିବାକୁ ଥିବାରୁ ଟେରିରିସ୍ତାନ ମନରେ ଛନକା ପଶିଛି । ଏପରିକି ପାକିସ୍ତାନ ସେନାମୁଖ୍ୟ ଜାଭେଦ ବାଜୱା ଏନେଇ ଇଙ୍ଗିତ କରିସାରିଲେଣି । କରାଚୀରେ ବାଜୱା କହିଛନ୍ତି ଯେ, ପାକିସ୍ତାନ ଏବେ ଋଣ ଭାରରେ ବୁଡିକି ରହିଛି । ତେଣୁ ଦେଶରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ତା ଛଡା କେବଳ ସୈନ୍ୟ ବଳରେ କୌଣସି ଦେଶକୁ ଚଳାଯାଇପାରିବ ନାହିଁ । ବାଜୱାଙ୍କ ଏଭଳି ମନ୍ତବ୍ୟ ଏବେ ଚର୍ଚ୍ଚାକୁ ଆସିଛି । ଯେଉଁ ଦେଶର ସେନାମୁଖ୍ୟ କିଛିଦିନ ପୂର୍ବେ ଅନ୍ୟ ଦେଶକୁ ଧ୍ୱଂସ କରିବାର ଧମକ ଦେଉଥିଲା ସେହି ବ୍ୟକ୍ତି ଏବେ ପାକିସ୍ତାନର ଏଭଳି ଅବସ୍ଥା ଦେଖି ହାତ ଟେକି ଦେଇଛନ୍ତି । ସେ ରଷର ମଧ୍ୟ ଉଦାହରଣ ଦେଇଥିଲେ । ରଷର ମଧ୍ୟ ବିଶ୍ୱର ସବୁଠାରୁ ବଡ ସୈନ୍ୟବାହିନୀ ଥିଲା କିନ୍ତୁ ଆର୍ଥିକ ସ୍ଥିତି ଖରାପ ଯୋଗୁଁ ରଷ ଖଣ୍ଡ ଖଣ୍ଡ ହୋଇ ଯାଇଥିଲା ।

ଦେବାଳିଆ ହେବା ଭୟରେ ଡରିଯାଇଛି ପାକିସ୍ତାନ । କିନ୍ତୁ ତଥାପି ନିଜ ପ୍ରକୃତି ଛାଡୁନି । ଏବେ ମଧ୍ୟ ଭାରତ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇଛି ପାକିସ୍ତାନ । କିନ୍ତୁ ଏଭଳି କରିବା ଦ୍ୱାରା ପାକିସ୍ତାନ ନିଜ ଆଡକୁ ଅଧିକ ବିପଦ ଡାକି ଆଣୁଛି । କାରଣ ପୂର୍ବରୁ ଆତଙ୍କବାଦୀ ଦମନ ନାଁରେ ପାକିସ୍ତାନ ବିଶ୍ୱ ସମୁଦାୟ ତଥା ଆମେରିକା ଠାରୁ ଯେଉଁଭଳି ଭାବେ ଅର୍ଥ ସଂଗ୍ରହ କରୁଥିଲା ତାହା ଏବେ ବନ୍ଦ ହୋଇଯାଇଛି । ଏପରିକି ପାକିସ୍ତାନକୁ ଏବେ ଟେରୋରିସ୍ତାନର ଆଖ୍ୟା ମିଳିଛି । ଏପରିକି ଋଣ ଭାରରେ ବୁଡି ରହିଥିବା ପାକିସ୍ତାନ ଅନେକ ସମୟରେ ବିଶ୍ୱ ସମୁଦାୟ ମୁଣ୍ଡ ନୁଆଁଉଛି ସତ କିନ୍ତୁ ଆତଙ୍କବାଦୀ କାଯ୍ୟକଳାପରୁ ନିବୃତ ରହୁନାହିଁ ।
ସୌଜନ୍ୟ : ଆଜତକ୍