ଫ୍ୟାନ ପାଲଟିଲେ ଲତା

33

ପାକିସ୍ତାନର ଜୈନିକ ଅଟୋଚାଳକଙ୍କର ପ୍ରଶଂସା କଲେ ସ୍ୱର ସାମାଜ୍ଞ୍ରୀ ଲତା ମଙ୍ଗେସକର । ସୋସିଆଲ ମିଡିଆରେ ଅସଲମ ଗାଇତିବା ଏହି ଗୀତଟି ଭାଇରାଲ ହେବା ପରେ ଏବେ ଏହାର ଭୂୟସୀ ପ୍ରଶଂସା କରିଛନ୍ତି ଲତା । ଟୁଇଟର ପେଜରେ ଏହି ଭିଡିଓକୁ କୁ ସେୟାର କରିବା ସହ ଅସଲମଙ୍କ ଉଦେଶ୍ୟରେ ଦୁଇପଦ କଥା ଲେଖିଛନ୍ତି ଲତା । ଅସଲମ ଜଣେ ଦକ୍ଷ କଣ୍ଠଶିଳ୍ପୀ ।  ନିଜ ଜ୍ଞାନକୁ ବିକଶିତ କରିବା ଉଚିତ ବୋଲି ଲତା ଟୁଇଟର ପେଜରେ ଉଲ୍ଲେଖ କରିଛନ୍ତି । ପୂର୍ବରୁ ଅସଲମ ଏକ ପାକିସ୍ତାନ ଟ୍ୟାଲେଂଟ ଶୋରେ ଭାଗ ନେଇ ଫାଇନାଲ ରାଉଣ୍ଡ ପର୍ଯ୍ୟନ୍ତ ଉତିର୍ଣ୍ଣ ହୋଇଥିଲେ ।