ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ ! ଜମ୍ମୁ-କାଶ୍ମୀରର ବାଲାକୋଟ ସେକ୍ଟର ସ୍ଥିତ ଯବାନଙ୍କ କ୍ୟାମ୍ପ ଉପରକୁ ଆକ୍ରମଣ

53

କନକ ବ୍ୟୁରୋ: ପୁଣି ଜମ୍ମୁ-କାଶ୍ମୀରରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ । ବାଲାକୋଟ ସେକ୍ଟର ସ୍ଥିତ ଭାରତୀୟ ଯବାନଙ୍କ କ୍ୟାମ୍ପ ଉପରେ ଆକ୍ରମଣ ହୋଇଛି । ବାଲାକୋଟ ସେକ୍ଟର ସହ ରଜୌରୀରେ ଫାୟାରିଂ ହୋଇଛି । ପାକିସ୍ତାନ ପଟୁ ଘନ ଘନ ଗୁଳିମାଡ଼ ହୋଇଛି । ସୀମାରେ ଜାରି ରହିଥିବା ଗୁଳିମାଡ଼ରେ ଏପର୍ଯ୍ୟନ୍ତ ୧୦ହଜାରରୁ ଅଧିକ ଲୋକ କ୍ଷତି ସହିଛନ୍ତି ।

ସେହିପରି ପାଖାପାଖି ୧୭ଶହ ଲୋକଙ୍କୁ ଅସ୍ଥାୟୀ କ୍ୟାମ୍ପକୁ ଅଣାଯାଇଛି । ସୂଚନାଯୋଗ୍ୟ ବିଗତ କିଛି ଦିନ ଜମ୍ମୁକଶ୍ମୀର ସୋପିଆନ ଜିଲ୍ଲାରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ତଲାସି ଅଭିଯାନ ଆରମ୍ଭ କରିଛି ସିଆରପିଏଫ ଓ ସୋପିଆନ ପୁଲିସ । ସର୍ଚ୍ଚ ଅପରେସନରେ ପ୍ରାୟ ୧ହଜାର ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି । ଗତ ୧୫ ଦିନ ମଧ୍ୟରେ ଦ୍ୱିତିୟ ଥର ପାଇଁ ବଡ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି ।