ପାକିସ୍ତାନୀ ସେନାର ଆତଙ୍କବାଦୀ ପ୍ରେମ ! ଲସ୍କରକୁ ଭଲପାଉଥିବା କହିଲେ ପୂର୍ବତନ ସେନାମୁଖ୍ୟ ପରଭେଜ ମୁଶାରଫ । ହାଫିଜ ସୟିଦକୁ ବି ସମର୍ଥନ ।

37

କନକ ବ୍ୟୁରୋ : ଆତଙ୍କବାଦୀଙ୍କ ସହ ପାକିସ୍ତାନୀ ସେନାର ସଂପର୍କ କେତେ ଗଭୀର ତାହା ପୁଣି ଥରେ ପ୍ରମାଣିତ ହୋଇଛି । ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ସେନାମୁଖ୍ୟ ଜେନରାଲ ପରଭେଜ ମୁସରଫଙ୍କ ବୟାନରୁ ଏହା ଜଣାପଡିଛି । ଏକ ସାକ୍ଷାତକାରରେ ମୁସାରଫ କହିଛନ୍ତି ଯେ ସେ ଲସ୍କର-ଏ-ତଏବା ଓ ଜମାତ-ଉଦ୍ ଦାୱାର ସବୁଠୁ ବଡ ସମର୍ଥକ ।

ଖାଲି ସେତିକି ନୁହେଁ, ଜମାତ-ଉଦଦାୱା ଆତଙ୍କବାଦୀ ସଂଗଠନର ମୁଖ୍ୟ ତଥା ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ ସଇଦକୁ ମଧ୍ୟ ସମର୍ଥନ କରନ୍ତି ବୋଲି କହିଛନ୍ତି ମୁସାରଫ । କଶ୍ମୀରରେ ଭାରତୀୟ ସେନାକୁ ସବୁବେଳେ ସେ ଧୁଳି ଚଟାଇବାକୁ ଚାହୁଁଥିଲେ । ହାଫିଜ ସଇଦର ମଧ୍ୟ କଶ୍ମୀରରେ ଗୁରୁତ୍ୱପୂର୍ଣ ଭୂମିକା ରହିଛି । ତେଣୁ ସେ ହାଫିଜକୁ ଭେଟିଛନ୍ତି ଓ ତାର କାର୍ୟ୍ୟକଳାପକୁ ମଧ୍ୟ ସଂପୂର୍ଣ ସମର୍ଥନ କରନ୍ତି ବୋଲି କହିଛନ୍ତି ପରଭେଜ ମୁସରଫ ।

ତେବେ ନିକଟରେ ଆତଙ୍କବାଦୀ ହାଫିଜକୁ ପାକିସ୍ତାନ ମୁକ୍ତ କରିବାକୁ ନେଇ ଭାରତ ସହ ଆମେରିକା ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଉ ଏହି ସମୟରେ ମୁସାରଫଙ୍କ ଏପରି ବୟାନ ପାକିସ୍ତାନର ଅସଲ ଚେହେରା ପୁଣି ଥରେ ପଦାରେ ପଡିଛି ।