ଧିରେ ଧିରେ ପାକିସ୍ତାନ ଭାବି ପ୍ରଧାନମନ୍ତ୍ରୀଙ୍କ ପୋଲ ଖୋଲୁଛନ୍ତି ପତ୍ନୀ ! କେତେବେଳେ ସଖୀକଣ୍ଢେଇ ତ ଆଉ କେତେବେଳେ ମୋଚୀ କହି ସମ୍ବୋଧନ କରୁଛନ୍ତି ।

38

ପାକିସ୍ତାନରେ ଇମ୍ରାନ ଖାନ୍ ନୂଆ ପ୍ରଧାନମନ୍ତ୍ରୀ ହେବା ଏକପ୍ରକାର ନିଶ୍ଚିତ । ଏଥିପାଇଁ ତାଙ୍କ ଦଳ ତେହେରିକ-ଏ-ଇନସାଫ ସ୍ଥାନୀୟ ସାଧାରଣ ନିର୍ବାଚନରେ ସବୁଠାରୁ ବଡ ଦଳ ହୋଇଛି । ଅଗଷ୍ଟ ୧୪ ତାରିଖ ଦେଶର ସ୍ୱାଧୀନତା ଦିବସରେ ସେ ଦେଶର ପ୍ରଧାନମନ୍ତ୍ରୀ ରୂପେ ଶପଥ ନେଇପାରନ୍ତି । କିନ୍ତୁ ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ଇମ୍ରାନଙ୍କ ଦ୍ୱିତୀୟ ପତ୍ନୀ ରେହମ ଖାନ ତାଙ୍କୁ ଜୋତା ପଲିସ୍ କଲାବାଲା(ମୋଚି) କହି ସମ୍ବୋଧନ କରିଛନ୍ତି ।

ତେବେ ପାକିସ୍ତାନର ଭାବି ପ୍ରଧାନମନ୍ତ୍ରୀ ଇମରାନ୍ ଖାନଙ୍କ ଦ୍ୱିତୀୟ ପତ୍ନୀ ତଥା ସାମ୍ବାଦିକା ରେହମ୍ ଖାନ୍ ଏକ ଇଂରାଜୀ ଖବରକାଗଜକୁ ସାକ୍ଷାତ ଦେବାକୁ ଯାଇ କହିଥିଲେ, “ପାକ୍ ସେନାକୁ ଜଣେ ଜୋତା ପଲିସ୍ କଲାବାଲା ତଥା ମୋଚିର ଆବଶ୍ୟକ ଥିଲା ଏଥିପାଇଁ ଇମରାନ୍ ଯୋଗ୍ୟ ବ୍ୟକ୍ତି । ତେବେ ଏହି ପଦକୁ ସ୍ୱଳ୍ପ ସମୟ ପାଇଁ ହିଁ ସେ ଉପଭୋଗ କରିପାରିବେ ।

ତେବେ ଇମରାନଙ୍କ ଉପରେ ରେହମଙ୍କ ଏଭଳି ପ୍ରତିକ୍ରିୟା ପ୍ରଥମ ଥର ପାଇଁ ନୁହଁ ସେ ପୂର୍ବରୁ ମଧ୍ୟ ନିଜ ଆତ୍ମଜୀବନୀ ଉପରେ ଏକ ବହି ଲେଖିଥିଲେ ଯେଉଁଥିରେ ସେ ଇମରାନଙ୍କୁ ସମଲିଙ୍ଗୀ କହିବା ସହ ସେ ଜଣେ ନିଶାଖୋର ବ୍ୟକ୍ତି ଏବଂ ନିଶାସକ୍ତ ସମୟରେ ପତ୍ନୀଙ୍କୁ ପିଟିବା ଭଳି କାର୍ଯ୍ୟ କରୁଥିବା ମଧ୍ୟ କହିଥିଲେ । କେବଳ ଏତିକି ନୁହଁ ବିବାହିତ ପୁରୁଷଙ୍କ ସହ ତାଙ୍କର ସମ୍ବନ୍ଧ ଥିବା କଥା ସେ ନିଜ ପୁସ୍ତକରେ ଲେଖିଥିଲେ ।

ସାମ୍ବାଦିକା ଥିବା ରେହମ୍ ଖାନ ହେଉଛନ୍ତି ଇମ୍ରାନଙ୍କ ଦ୍ୱିତୀୟ ସ୍ତ୍ରୀ । ୨୦୧୪ରେ ଉଭୟଙ୍କ ବିବାହ ହୋଇଥିଲା । କିନ୍ତୁ ୨୦୧୫ରେ ଉଭୟଙ୍କ ବିବାହ ବିଚ୍ଛେଦ ଘଟିଥିଲା । ରେହମ ଖାନ ପୂର୍ବରୁ ବିିବାହିତ ଥିଲେ । ଦ୍ୱିତୀୟ ପତ୍ନୀଙ୍କୁ ଛାଡପତ୍ର ପରେ ଚଳିତବର୍ଷ ଇମ୍ରାନ ବୁଶ୍ରା ମାନେକା ଓରଫ ବୁଶ୍ରା ରିଆଜ ୱାଟୁଙ୍କୁ ବିବାହ କରିଛନ୍ତି ।