ପାକିସ୍ତାନକୁ ପୁଣି ଝଟକା ! ଇସଲାମାବାଦକୁ ଆମେରିକାର ତାଗିଦ , ଆତଙ୍କବାଦ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଇମ୍ରାନ ସରକାରକୁ କହିଲେ ଟ୍ରମ୍ପ ପ୍ରଶାସନ

301

ପାକିସ୍ତାନକୁ ଆମେରିକାର ତାଗିଦ । ଆତଙ୍କବାଦ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଇସଲାମାବାଦକୁ କହିଛି ଆମେରିକା । ଆତଙ୍କୀ ସଂଗଠନ ଗୁଡିକ ବିରୋଧରେ ପାକିସ୍ତାନକୁ ଦୃଢ ପଦକ୍ଷେପ ନେବାକୁ ପଡିବ ବୋଲି ଇମ୍ରାନ ସରକାରଙ୍କୁ କହିଛି ଟ୍ରମ୍ପ ପ୍ରଶାସନ ।  ପାକିସ୍ତାନରେ ଥିବା ଆତଙ୍କୀ ସଂଗଠନ ମୁଖ୍ୟତଃ ଜୈସ-ଏ-ମହମ୍ମଦ ଓ ଲସ୍କର-ଇ-ତୋଇବା ବିରୋଧରେ ପାକ୍ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ହୋଇପଡିଛି ବୋଲି ଆମେରିକା କହିଛି । ଏବଂ ଏନେଇ ପଦକ୍ଷେପ ଗ୍ରହଣ କରିବା ପାଇଁ ପାକିସ୍ତାନକୁ କହିଛି । ଏହାସହ ଭାରତ ପାକିସ୍ତାନ ସୀମାରେ ଆଉ ଥରେ ଉତେଜନା ଦେଖାଦେବା କଥା ନୁହଁ ବୋଲି ଆମେରିକା କହିଛି । ପୁଣି ଥରେ ଆତଙ୍କୀ ହମଲା ହେଲେ ଏହା ଦୁଇ ଦେଶ ମଧ୍ୟରେ ପୁଣି ଉତେଜନାକୁ ବଢାଇବ ଯାହା ଉଭୟ ରାଷ୍ଟ୍ର ପାଇଁ ସମସ୍ୟା ସୃଷ୍ଟି କରିବ ବୋଲି ଟ୍ରମ୍ପ ପ୍ରଶାସନ ପକ୍ଷରୁ କୁହାଯାଇଛି ।