ତରଳିଲା ପାକିସ୍ତାନର ହୃଦୟ ! ବନ୍ଦୀ ଥିବା ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣଙ୍କୁ ତାଙ୍କ ମାଆ ଓ ପତ୍ନୀ ଭେଟିବାକୁ ଅନୁମତି

40

କନକ ବ୍ୟୁରୋ : ତରଳିଲା ପାକିସ୍ତାନର ହୃଦୟ । ପାକିସ୍ତାନରେ ବନ୍ଦୀ ଥିବା ଭାରତର ପୂର୍ବତନ ନୈସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ତାଙ୍କ ମାଆ ଓ ପତ୍ନୀ ସାକ୍ଷାତ କରିବାକୁ ଅନୁମତି ମିଳିଛି । କୁଳ ଭୂଷଣ ଯାଧବଙ୍କ ମାଆ ଓ ପତ୍ନୀ ଆସନ୍ତା ୨୫ ତାରିଖରେ ସାକ୍ଷାତ କରିପାରିବେ ବୋଲି କହିଛି ପାକିସ୍ତାନ । ଏପରିକି ଏହି ସାକ୍ଷାତ ସମୟରେ ଭାରତୀୟ ହାଇକମିସନଙ୍କ ଯେକୌଣସି ଅଧିକାରୀ ଉପସ୍ଥିତ ରହିପାରିବେ ବୋଲି କହିଛି ପଡୋଶୀ ଦେଶ ।

କିଛି ଦିନ ତଳେ ପାକିସ୍ତାନ ମାନବିକତା ଆଧାରରେ କୁଳଭୂଷଣଙ୍କୁ ତାଙ୍କ ପରିବାର ସହ ମିଶାଇବା ପାଇଁ ଭାରତକୁ ପ୍ରସ୍ତାବ ଦେଇଥିଲା । ଏହି ପ୍ରସ୍ତାବକୁ ଭାରତର ବୈଦେଶିକ ମନ୍ତ୍ରାଳୟ ମଂଜୁର କରିବା ପରେ ଏବେ ତାରିଖ ଧାର୍ଯ୍ୟ କରିଛି ପଡୋଶୀ ଦେଶ । ଗୋଇନ୍ଦାଗିରି ଓ ବିଧ୍ୱଂସକାରୀ କାର୍ଯ୍ୟକଳାପରେ ସଂପୃକ୍ତି ଅଭିଯୋଗରେ ପାକିସ୍ତାନ ଆର୍ମିକୋର୍ଟ କୁଳଭୂଷଣକୁ ଫାଶି ଦଣ୍ଡାଦେଶ ଶୁଣାଇଛି । ଯାହାର ପ୍ରତିବାଦରେ ଭାରତ ଆଇସିଜେଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ କୁଳଭୂଷଣ ମାମାଲା ଏବେ ବିଚାରଧିନ ରହିଛି ।