ପାକିସ୍ତାନ ପ୍ରଧାନମନ୍ତ୍ରୀ  ଉପସ୍ଥାପନ କରିଥିଲେ ଭାରତର ବଜେଟ । କେମିତି ମିଳିଥିଲା ସୁଯୋଗ? କ’ଣ ଥିଲା କାହାଣୀ 

32

ଫେବୃୟାରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ପଂଚମ ଥର ପାଇଁ ବଜେଟ ଉପସ୍ଥାପନ କରିବେ । ଦେଶର ଅର୍ଥମନ୍ତ୍ରୀଙ୍କ ଭଳି ପାକିସ୍ତାନର ପ୍ରଧାନମନ୍ତ୍ରୀ ମଧ୍ୟ ଭାରତର ବଜେଟ ଉପସ୍ଥାପନ କରିବେ । ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଥିବା ବ୍ୟକ୍ତି ଜଣକ ଉପସ୍ଥାପିତ କରିଥିବା ବଜେଟକୁ ‘ଗରିବ ଲୋକ ‘ ବଜେଟ ବୋଲି କୁହାଯାଏ । ସେତବେଳେ ଏହାକୁ ନେଇ  ଅନେକ ଆରୋପ -ପ୍ରତ୍ୟାରୋପ ଦେଖିବାକୁ ମିଳିଥିଲା । ତେବେ ଜାଣିଛନ୍ତି  ସେହି ପାକିସ୍ତାନ ପ୍ରଧାନମନ୍ତ୍ରୀ ଜଣକ  କିଏ ?

ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ ଲିଆକତ ଅଲ୍ଲୀ ଖାନ ଭାରତରେ ବଜେଟ ଉପସ୍ଥାପନ କରିଥିଲେ । ଜବାହାରଲାଲ ନେହେରୁଙ୍କ ନେତୃତ୍ୱରେ ଚାଲିଥିବା ଅନ୍ତରୀଣ ସରକାରରେ ଖାନ ବଜେଟ ଉପସ୍ଥାପନ କରିଥିଲେ । ଖାନ ସେତେବେଳେ ଭାରତର ଅର୍ଥମନ୍ତ୍ରୀ  ଥିଲେ । ସେତେବଳେ ଲିୟାକତ ଅଲ୍ଲୀ ଖାନ ଅଲ ଇଣ୍ଡିଆ ମୁସଲିମ ଲିଗର ମୁଖ୍ୟ ଥିଲେ । ପାକିସ୍ତାନକୁ ଜନ୍ମ ଦେବାରେ ସେ ମୁଖ୍ୟ ଭୂମିକା ତୁଲାଇଥିଲେ । ପାକିସ୍ତାନ ସ୍ୱତନ୍ତ୍ର ରାଷ୍ଟ୍ର ଘୋଷଣା ହେବା ପରେ ସେ  ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଥିଲେ ।

ଖାନ ୧୯୪୭  ସ୍ୱାଧୀନତା ପୂର୍ବରୁ ୧୯୪୬ ମସିହା ଫେବୃୟାରୀ ୨ରେ ବଜେଟ ଉପସ୍ଥାପନ କରିଥିଲେ ।  ସଂସଦ ଭବନ ପରିସରରେ ଥିବା ଲେଜିସଲେଟିଭ ଆସେଂବ୍ଲି ବିଲଡିଂରେ ଉପସ୍ଥାପନ କରିଥିଲେ ।ଅନ୍ତରୀଣ ସରକାରରେ ଖାନଙ୍କୁ ମୁସଲିମ ସଂପ୍ରଦାୟ ତରଫରୁ ପ୍ରତିନିଧି  ଭାବେ ତାଙ୍କୁ ପଠାଯାଇଥିଲା । ନେହେରୁ ତାଙ୍କୁ  ଅର୍ଥ ମନ୍ତ୍ରାଳୟର ଦାୟିତ୍ୱ ଦେଇଥିଲେ ।

ସେତେବେଳେ ଏହାକୁ ‘ଗରିବ ଲୋକଙ୍କ ବଜେଟ’ କୁହାଯାଉଥିଲା । ଖାନବ ନିଜେ ଏହାକୁ  ସୋସିଆଲିଷ୍ଟ ବଜେଟ ବୋଲି କହିଥିଲେ । ସେତବେଳେ ତାଙ୍କ ବଜେଟକୁ ଶିଳ୍ପପତିମାନେ ବିରୋଧ କରିଥିଲେ ।ସେମାନେ ଏଥିରେ ଟାକ୍ସ ବ୍ୟବସ୍ଥା ଅତ୍ୟନ୍ତ କଠୋର ବୋଲି କହିଥିଲେ ।

ସୌଜନ୍ୟ -ଆଜତକ