ଯୁଦ୍ଧ ପାଇଁ ଅଣ୍ଟା ଭିଡିଲାଣି ପାକ୍ ! ଏୟାରପୋର୍ଟରେ ଜାରୀ କଲା ହାଇଆଲର୍ଟ, ସବୁ ବିମାନ ସହ ସମଝୋତା ଏକ୍ସପ୍ରେସ୍ ରଦ୍ଧ । 

513

ପୁଲୱାମା ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ଭିତରେ ଗମ୍ଭୀର ପରିସ୍ଥିିତି ଉପୁଜିଛି । ଭାରତର ଏୟାର୍ ଷ୍ଟ୍ରାଇକ୍ ପରେ ପାକ୍ ଯେଭଳି ଚିହିଁକି ଉଠିଛି । ଭାରତ ଓ ପାକିସ୍ତାନ ଭିତରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ସବୁ ରାଜ୍ୟରେ ହାଇଆଲର୍ଟ ଜାରି କରିଛି ପାକ୍ ସରକାର । ଆଜି ଦ୍ୱିତୀୟ ଦିନରେ ପାକିସ୍ତାନରେ ସମସ୍ତ ବିମାନ ଉଡାଣ ବନ୍ଦ ରଖିଛି । ସମସ୍ତ ଆନ୍ତର୍ଜାତୀୟ ଓ ଘରୋଇ ବିମାନ ଉଡାଣ ରଦ୍ଧ କରିଛି ପାକିସ୍ତାନ । ସେହିପରି ବିମାନବନ୍ଦରରେ ହାଇଆଲର୍ଟ ଜାରି କରିଛି । ତିନି ସେନାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି ଇମ୍ରାନ ସରକାର । ସମୁଦ୍ର ଉପକୂଳରେ ମଧ୍ୟ ସେନାକୁ ସତର୍କ କରିଛି ପାକିସ୍ତାନ  । ପାକିସ୍ତାନକୁ ଘାରିଛି ଭାରତ ଆକ୍ରମଣ କରିବାର ଭୟ ।

କ୍ୟାବିନେଟ୍ ପୂର୍ବରୁ ହେବ ସିସିଏସ୍ ବୈଠକ : 

ଆଜି ସନ୍ଧ୍ୟାରେ ହେବାକୁ ଥିବା କେନ୍ଦ୍ରୀୟ କ୍ୟାବିନେଟର ବୈଠକ ପୂର୍ବରୁ ହୋଇଥିବା ସିସିଏସ୍ ବୈଠକରେ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ସାମିଲ ହେବେ ନାହିଁ । ସେ ଏବେ ବିଦେଶ ଯାତ୍ରାରେ ରହିଛନ୍ତି ।

କ’ଣ ଚାହୁଁଛି ପାକିସ୍ତାନ ? 

ପାକିସ୍ତାନ ସରକାର ନିଜ ସବୁ ପ୍ରାନ୍ତୀୟ ସରକାରଙ୍କୁ ଆଲର୍ଟରେ ରହିବା ପାଇଁ କହିଛନ୍ତି । ଏହି ସମୟରେ ସବୁ ହସ୍ପିଟାଲ୍ ଏବଂ ଏୟାରପୋର୍ଟକୁ ଆଲର୍ଟ ରହିବା ପାଇଁ କୁହାଯାଇଛି ।

ମୁଣ୍ଡ ନୁଆଁଇବ ନାହିଁ ଭାରତ : 

ଆମେରିକାରେ ଭାରତର ରାଜଦୂତ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ପାକିସ୍ତାନକୁ କଡା ଜବାବ୍ ଦେଇଛନ୍ତି । ସେ କହିଛନ୍ତି ଯେ ଭାରତ ଆତଙ୍କବାଦ ବିପକ୍ଷରେ ନିଜ ଲଢେଇ ଜାରୀ ରଖିବ ଏବଂ କଡା ପଦକ୍ଷେପ ନେବ ।

ସମଝୋତା ଏକ୍ସପ୍ରେସ୍ ରଦ୍ଧ : 

ଦୁଇ ଦେଶ ଭିତରେ ବଢୁଥିବା ଗମ୍ଭୀର ପରିସ୍ଥିତିକୁ ଦେଖି ପାକିସ୍ତାନ ତରଫରୁ ସମଝୋତା ଏକ୍ସପ୍ରେସକୁ ରଦ୍ଧ କରି ଦିଆଯାଇଛି ।

ସମୁଦ୍ର ସୀମାରେ ପାକ୍ ର ବଢୁଛି ହଇଚଇ : 

ଗୋଟିଏ ପଟେ ପାକ୍ ଜମ୍ମୁ-କାଶ୍ମୀର ସିଜଫାୟାର୍ ଉଲ୍ଲଘଂନ କରୁଛି ଏବଂ ଗୁଜୁରାଟରେ ମଧ୍ୟ ନିଜର ଉପସ୍ଥିିତିକୁ ଜାହିର କରୁଛି । ସୂତ୍ରାନୁସାରେ ପାକ୍ ଆର୍ମି କଚ୍ଛ ପାଖରେ ଥିବା ସମୁଦ୍ରସୀମାରେ ହତିଆର-ଆର୍ମି ଡିପ୍ଳୋଏ କରିବା ଆରମ୍ଭ କରିଦେଇଛି । ମତ୍ସ୍ୟଜିବିଙ୍କୁ ସମୁଦ୍ର ଲଘିଂବାକୁ ମନା କରିଛି ପାକ୍ । ପାକ୍ ତରଫରୁ କିଛି ମୁଭମେଣ୍ଟ୍ ମଧ୍ୟ ଦେଖିବାକୁ ମିଳିଛି । ଖବର ମିଳୁଛି କି ପାକ୍ ଡଲଫିନ୍ କମାଣ୍ଡୋକୁ ବି ଷ୍ଟାଣ୍ଡବାୟରେ ରଖି ସାରିଲାଣି ।

ପାକିସ୍ତାନରେ ସବୁ ବିମାନ ରଦ୍ଧ : 

ଭାରତର କଡା ପଦକ୍ଷେପରେ ପାକ୍ ଚିହିଁକୀ ଉଠିଛି ଏବଂ ନିଜକୁ ବଚାଂଇବା ପାଇଁ କଳେବଳେ ଚେଷ୍ଟା କରୁଛି । ପାକିସ୍ତାନ ନିଜ ଏୟାରପୋର୍ଟରେ ଗତକାଲିଠାରୁ ହାଇଆଲର୍ଟ ଜାରୀ କରିବା ସହ ସବୁ ବିମାନକୁ ରଦ୍ଧ କରିଛି । ପାକିସ୍ତାନରେ ଏବେ କୌଣସି ଫ୍ଲାଇଟ୍ ଉଡୁନାହିଁ । ଏହାଛଡା ନୌସେନାକୁ ବି ଆଲର୍ଟ କରିଦିଆଯାଇଛି ।