୧୬ ବର୍ଷର ବାଳକ ଭୁଲରେ ପଳାଇଥିଲା ପାକିସ୍ତାନ । ହେଲେ, ସଦିଚ୍ଛାର ସହ ଭାରତକୁ ବାଳକକୁ ଫେରାଇ ଦେଲା ପାକିସ୍ତାନ 

୧୬ ବର୍ଷର ବାଳକ ଭୁଲରେ ପଳାଇଥିଲା ପାକିସ୍ତାନ

173
କନକ ବ୍ୟୁରୋ : ଗତ ବର୍ଷ ଅଗଷ୍ଟ ମାସରେ ଭୁଲ୍ କ୍ରମେ ସୀମାନ୍ତ ଟପି ପାକିସ୍ତାନରେ ପ୍ରବେଶ କରିଥିବା ଜଣେ ଭାରତୀୟ ବାଳକକୁ ମଙ୍ଗଳବାର ଦିନ ଓ୍ଵାଗା ସୀମାନ୍ତ ବାଟେ ଭାରତକୁ ଫେରାଇ ଦିଆଯାଇଛି। ମାମଲାର ଆଇଗତ ତଦନ୍ତ ଏବଂ ଔପଚାରିକ ଦଲିଲ ଯାଞ୍ଚ କରାଯିବା ପରେ ୧୬ ବର୍ଷିୟ ସେ ଆସାମୀ ବାଳକ ବିମଳ ନାର୍ଜୀଙ୍କୁ ସଦିଚ୍ଛାର ନିଦର୍ଶନ ସ୍ୱରୂପ ପାକିସ୍ତାନୀ ରେଂଜର୍ସମାନେ  ସୀମାନ୍ତ ନିରାପତ୍ତା ବଳଙ୍କୁ ସମର୍ପି ଦେଇଛନ୍ତି। ଗତ ବର୍ଷ ଡିସେମ୍ବର ୨୬ ତାରିଖରେ ବି ଭାରତ କାରାଗାରରେ ଥିବା ଦୁଇ ଜଣ ପାକିସ୍ତାନୀ ନାଗରିକ ମହମ୍ମଦ ଇମ୍ରାନ୍ କୁରେଶି ଓ୍ଵାର୍ସି ଏବଂ ଅବଦୁଲ୍ଲାଙ୍କୁ ଅଟ୍ଟାରି-ଓ୍ଵାଗା ସୀମାନ୍ତ ବାଟେ ମୁକ୍ତ କରିଥିଲା।
୨୦୧୭ ମସିହାରୁ ଅଟ୍ଟାରି ଠାରେ ଅଟକ ଥିବା ଅବ୍ଦୁଲ୍ଲାଙ୍କୁ ଅଟକ ରଖାଯିବା ପରେ ତାଙ୍କ ବାଳୁତ ବେଳର ସୁପରଷ୍ଟାର ଶାହାରୁଖ ଖାଁଙ୍କୁ ଭେଟିବା ସ୍ୱପ୍ନ ପୂରଣ କରି ନ ପାରି ପାକିସ୍ତାନ ଫେରି ଯାଇଥିଲେ। ଅଫିସିଆଲ୍ ସିକ୍ରେଟ୍ସ୍ ଆକ୍ଟ ଏବଂ ପାସପୋର୍ଟ ଆକ୍ଟ ଅଧୀନରେ ୨୦୦୮ରେ ଏକ ସ୍ଥାନୀୟ ଅଦାଲତ ଦ୍ୱାରା ଦଣ୍ଡିତ ଓ୍ଵାର୍ସି ହୋଇଥିଲେ।