କୁଳଭୂଷଣଙ୍କୁ କୁଟନୈତିକ ସହାୟତା ପାଇଁ ପ୍ରସ୍ତାବ ଦେଲା ପାକିସ୍ତାନ । ଭାରତ କହିଲା, କୁଟନୈତିକ ଚ୍ୟାନେଲ୍ ଜରିଆରେ ଇସଲାମାବାଦକୁ ଦିଆଯିବ ଜବାବ ।

215

କନକ ବ୍ୟୁରୋ : ପାକିସ୍ତାନରେ ବନ୍ଦି ଥିବା କୁଳଭୂଷଣ ଯାଦବଙ୍କୁ କୁଟନୈତିକ ସହାୟତା ପାଇଁ ପାକିସ୍ତାନ ପ୍ରସ୍ତାବ ଦେଇଛି । ପାକିସ୍ତାନରେ କୁଳଭୂଷଣଙ୍କୁ ଦିଆଯାଇଥିବା ଫାଶୀ ଦଣ୍ଡାଦେଶ ଉପରେ ଅନ୍ତର୍ଜାତୀୟ କୋର୍ଟ ରୋକ୍ ଲଗାଇବା ପରେ ଏହି ପ୍ରସ୍ତାବ ଦେଇଛି ଇସଲାମାବାଦ । ଏହାକୁ ନେଇ ଭାରତୀୟ ବୈଦେଶିକ ବ୍ୟାପାର ମୁଖପାତ୍ର ରବିଶ କୁମାର କହିଛନ୍ତି ଯେ, ଏହି ପ୍ରସ୍ତାବକୁ ନେଇ ବିଚାର ଚାଲିଛି ଏହାପରେ ହିଁ ପାକିସ୍ତାନକୁ କୂଟନୈତିକ ମାଧ୍ୟମରେ ଏହାର ଜବାବ ରଖାଯିବ । ଆଇସିଜେର ଗାଇଡଲାଇନ୍ ଅନୁସାରେ ଭାରତ ଠିକ ସମୟରେ ପଦକ୍ଷେପ ନେବ ।

ପୂର୍ବରୁ କୁଳଭୂଷଣଙ୍କୁ କୁଟନୈତିକ ଓ ଆଇନଗତ ସହାୟତା ଯୋଗାଇ ଦେବାକୁ ଭାରତ ପ୍ରସ୍ତାବ ଦେଇଥିଲା । ହେଲେ ପାକିସ୍ତାନ ଭାରତର ପ୍ରସ୍ତାବକୁ ସେହି ସମୟରେ ପ୍ରତ୍ୟାକ୍ଷାନ କରିଥିଲେ । ହେଲେ ଆଇସିଜେ ଆଇନଗତ ସହାୟତା ପାଇବା କୁଲଭୂଷଣଙ୍କ ଅଧିକାର ବୋଲି କହିବା ପରେ ଏବେ କୋହଳ ହୋଇଛି ଇସଲାମାବାଦ । ୪୯ବର୍ଷୀୟ କୁଳଭୂଷଣ ଯାଦବଙ୍କୁ ଗୁପ୍ତଚର ଓ ଆତଙ୍କବାଦ ଅଭିଯୋଗରେ ପାକିସ୍ତାନ ମିଲିଟାରୀ କୋର୍ଟରେ ଫାଶୀ ଦଣ୍ଡାଦେଶ ଦିଆଯାଇଛି । ପାକିସ୍ତାନର ଏହି ନିଷ୍ପତି ପରେ ଭାରତ ଆଇସିଜେ ବା ଅନ୍ତର୍ଜାତୀୟ କୋର୍ଟରେ ଆବେଦନ କରିଥିଲା । ଏହାପରେ ଅନ୍ତର୍ଜାତୀୟ କୋର୍ଟ ଜୁଲାଇ ୧୭ ତାରିଖ ଦିନ ଫାଶୀ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଛନ୍ତି ।