ବିଜେଡି ସାଂସଦଙ୍କ ଉପସ୍ଥିତିରେ ପାକିସ୍ତାନରେ ତ୍ରିରଙ୍ଗାକୁ ଅପମାନ : ଓଲଟା ଉଡିଲା ଜାତୀୟ ପତାକା

34

2କନକ ବ୍ୟୁରୋ : ବିଜେଡି ସାଂସଦଙ୍କ ଉପସ୍ଥିତିରେ ପାକିସ୍ତାନରେ ଭାରତୀୟ ଜାତୀୟ ପତାକାକୁ ଅସମ୍ମାନ । ଇସଲାମାବାଦରେ ଚାଲିଥିବା ସାର୍କ ୱାଇପିସିରେ ଭାରତୀୟ ତ୍ରିରଙ୍ଗାକୁ ଓଲଟା କରି ପ୍ରଦର୍ଶନ କରାଯାଇଥିଲା । ବିଜେଡି ସାଂସଦ କଳିକେଶ ନାରାୟଣ ସିଂହ ଦେଓଙ୍କ ଉପସ୍ଥିତିରେ ପତାକାକୁ ଓଲଟା ପ୍ରଦର୍ଶନ କରାଯାଇଥିଲେ ମଧ୍ୟ ଏନେଇ କୌଣସି ଆପତି କରିନଥିଲେ ।

5 କଳିକେଶଙ୍କ ନେତୃତ୍ୱରେ ଯାଇଥିବା ଟିମ୍ ପତାକାକୁ ଓଲଟା ଦେଖି ମଧ୍ୟ ନିରବ ରହିଥିଲେ। ସାର୍କ ଯୁବ ସାଂସଦ କନଫରେନ୍ସର ନେତୃତ୍ୱ ନେଉଥିବା କଳିକେଶଙ୍କ ସହ ସାମିଲ ଥିଲେ ମସମାଜବାଦି ପାର୍ଟିର ଆଲୋକ ତିୱାରୀ ଓ ଲୋକସଭା ସାଂସଦ ଦେବୀସିଂହ ପାଟିଲ ।

ବିକାଶ ପାଇଁ ଶାନ୍ତି ଓ ସଦଭାବ ପ୍ରସଙ୍ଗରେ ଆଲୋଚନା ପାଇଁ ସାର୍କ ଯୁବ ସାଂସଦ କନଫରେନ୍ସ ଆୟୋଜିତ ହେଉଛି । ଭାରତ ସମେତ ଆଫଗାନିସ୍ଥାନ, ଭୁଟାନ, ମାଲଦିଭ୍ , ନେପାଳ, ପାକିସ୍ତାନ ଓ ଶ୍ରୀଲଙ୍କାର ପ୍ରାୟ ୫୦ଜଣ ସାଂସଦ ଏହି କନଫରେନ୍ସରେ ଭାଗ ନେଇଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି ସାଂସଦ ମାନେ ତ୍ରିରଙ୍ଗାକୁ ଏପରି ଅସମ୍ମାନ ଦେଖି ଚୁପ୍ ରହିଲେ କେମିତି ।