ପ୍ରମାଣ ସହ ଇମ୍ରାନଙ୍କ ମୁଖା ଖୋଲିଲେ ପାକିସ୍ତାନୀ ସାମ୍ବାଦିକ ! ଲାଇଭ୍ ସୋ’ରେ ଜଣାଇଲେ କଣ ମିଛ କହିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ
ପୁଲୱାମା ଆତଙ୍କବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ଆତଙ୍କୀ ସଂଗଠନ ଜୈସ-ଏ-ମୋହମ୍ମଦ । ଯାହାକୁ ନେଇ ଭାରତ ପାକିସ୍ତାନ ଉପରେ ଅଭିଯୋଗ ଆଣିଛି କି ସେ ଏଭଳି ଆତଙ୍କୀ ସଂଗଠନକୁ ସପୋର୍ଟ କରୁଛି ଏବଂ ଏହି ଷଡଯନ୍ତ୍ର ପଛରେ ପାକିସ୍ତାନର ହାତ ରହିଛି ବୋଲି । ତେବେ ପ୍ରଥମେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ପରବର୍ତ୍ତୀ ସମୟରେ ପାକର ଆର୍ମି ଭାରତର ସମସ୍ତ ଭିଯୋଗକୁ ମଥ୍ୟା କହି ପ୍ରତ୍ୟାଖ୍ୟାନ କରିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ବର୍ତ୍ତମାନ ଜଣେ ପାକିସ୍ତାନ ଟିଭି ଆଙ୍କର ନିଜ ପ୍ରାଇମ ଟାଇମ ସୋରେ ପାକିସ୍ତାନ ବିରୋଧରେ ଏଭଳି ପ୍ରମାଣ ରଖିଛନ୍ତି କି, ଯାହାକୁ ଖୋଦ୍ ପାକିସ୍ତାନ ସରକାର ବି ମାନିବାକୁ ମନା କରିପାରିବେ ନାହିଁ । ଦେଖନ୍ତୁ ଏହି ଭିଡିଓକୁ-
କିଛିଦିନ ତଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଲୱାମା ଆତଙ୍କୀ ଆକ୍ରମଣ ଉପରେ ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ କି, ଭାରତର ସମସ୍ତ ଅଭିଯୋଗ ମିଥ୍ୟା । ଭାରତ ପାଖରେ ଏନେଇ କୌଣସି ବି ପ୍ରମାଣ ନାହିଁ । ସେ ଆହୁରୀ ମଧ୍ୟ କହିଥିଲେ କି, ଭାରତ ଆକ୍ରମଣ କଲେ ଆମେ ଚୁପ ବସିବିନୁ, ଏହାର ଜବାବ ଦେବୁ । ଯୁଦ୍ଧ ଆରମ୍ଭ କରିବା ସହଜ କିନ୍ତୁ ବନ୍ଦ କରିବା ସହଜ ନୁହେଁ । ଆମେ ଆତଙ୍କବାଦ ଉପରେ କଥାବାର୍ତା କରିବାକୁ ପ୍ରସ୍ତୁତ ଅଛୁ । ବିଶେଷକରି ଭାରତ ସହ କଥାବର୍ତା ପାଇଁ ପ୍ରସ୍ତୁତ ରହିଥିବା କଥା କହିଥିଲେ ଇମ୍ରାନ ଖାନ । ଆକ୍ରମଣ ବାବଦରେ ସମସ୍ତ ପ୍ରକାର ତଦନ୍ତ ପାଇଁ ପାକିସ୍ତାନ ପ୍ରସ୍ତୁତ ଅଛି ବୋଲି କହିଥିଲେ ଇମ୍ରାନ । ପାକିସ୍ତାନରେ ଆତଙ୍କବାଦର ସ୍ଥାନ ନାହିଁ ଓ ଆକ୍ରମଣରେ ପାକିସ୍ତାନର ଫାଇଦା କଣ ବୋଲି ସଫେଇ ଦେଇଥିଲେ ଇମ୍ରାନ ଖାନ ।
ସେହିପରି ପୁଲୱାମା ଆତଙ୍କୀ ହମଲାର ୮ ଦିନ ପରେ ପାକ୍ ସେନା ଏକ ସାମ୍ବାଦିକ ସମ୍ମିଳନୀ ଡାକି ଆକ୍ରମଣରେ ପାକିସ୍ତାନର କୌଣସି ସଂପର୍କ ନାହିଁ ବୋଲି ସ୍ପଷ୍ଟ ରଖିଥିଲା । ଏହା ସହିତ ଚିରାଚରିତ ଢଙ୍ଗରେ କହିଥିଲା କି, ବିନା ପ୍ରମାଣରେ ପାକିସ୍ତାନ ବିରୋଧରେ ମିଛ ଅଭିଯୋଗ କରୁଛି ଭାରତ । ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉନାହୁଁ, କିନ୍ତୁ ଭାରତୀୟ ସେନାର ପ୍ରତିଟି ହଲ୍ ଚଲର ଜବାବ ଦେବା ପାଇଁ ପ୍ରସ୍ତୁତ ରହିଛୁ । ତେବେ ପୁଲୱାମା ହମଲାର ଆତ୍ମଘାତି ଆକ୍ରମଣକାରୀ ଆଦିଲ ଅହମ୍ମଦକୁ କାଶ୍ମୀର ଯୁବକ କହି, ମମାଲାରୁ ହାତ ସଫା କରିବାକୁ ଉଦ୍ୟମ କରିଛି ପାକିସ୍ତାନ ।