ଜାତିସଂଘ ମଂଚରୁ ପାକିସ୍ତାନକୁ ସୁଷମା ସ୍ୱରାଜଙ୍କ ଚେତାବନୀ ! କହିଲେ, ଦୁନିଆ ଆଗରେ ମିଛ କହିବାରେ ପାକିସ୍ତାନ ମାହିର

41

କନକ ବ୍ୟୁରୋ: ଜାତିସଂଘ ମହାସଭାରେ ପାକିସ୍ତାନ ଉପରେ ଗର୍ଜିଲେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ । ୭୩ତମ ଅଧିବେଶନକୁ ସମ୍ବୋଧନ କରିବା ଅବସରରେ ଆତଙ୍କବାଦ ସାରା ବିଶ୍ୱ ପାଇଁ ବଡ ସମସ୍ୟା ଭାବେ ଉଭା ହୋଇଛି ବୋଲି ସେ କହିଛନ୍ତି । ବର୍ଷ ବର୍ଷ ଧରି ଭାରତ ପଡୋଶୀ ରାଷ୍ଟ୍ର ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦର ଶିକାର ହୋଇ ଆସୁଛି । ଅବଶ୍ୟ ଏବେ ପାକିସ୍ତାନର ଅସଲ ଚେହେରା ଏବେ ସମସ୍ତେ ଚିହ୍ନିଲେଣି । କାରଣ ପାକିସ୍ତାନ ଦୁନିଆ ଆଗରେ ମିଛ କହିବାରେ ବେଶ୍ ମାହିର ।

ଆଲୋଚନା ମାଧ୍ୟମରେ ସବୁ ସମସ୍ୟାର ସମାଧାନ ହୋଇପାରିବ । ଏହି ନୀତିକୁ ଭାରତ ବିଶ୍ୱାସ କରେ । କିନ୍ତୁ ହିଂସା, ରକ୍ତପାତର ପୃଷ୍ଠଭୂମିରେ ଏହା ଅସମ୍ଭବ ବୋଲି କଡା ଭାଷାରେ ମତ ରଖିଛନ୍ତି ସୁଷମା ସ୍ୱରାଜ । ଏହି ଅବସରରେ ଆତଙ୍କବାଦର ସଂଜ୍ଞା ନିରୂପଣ ଓ ଆତଙ୍କବାଦ ନିରୋଧୀ ଆଇନ ପ୍ରଣୟନ ଦିଗରେ ସାରା ବିଶ୍ୱ ଏକ ହେବା ପାଇଁ ସେ ଆହ୍ୱନ ଦେଇଛନ୍ତି ।