ପୁଣି ଭାରତକୁ ପାକିସ୍ତାନ ଦେଲା ପରମାଣୁ ଧମକ : ବୈଦେଶିକ ମନ୍ତ୍ରୀ ଖ୍ୱାଜା ଆସିଫ କହିଲେ ଶକ୍ତିର ପରୀକ୍ଷା କର

37

କନକ ବ୍ୟୁରୋ :  ଭାରତୀୟ ସ୍ଥଳ ସେନା ମୁଖ୍ୟ ବିପିନ ରାୱତଙ୍କ ମନ୍ତବ୍ୟକୁ ନେଇ ଚିହିଁକି ଉଠିଛି ପାକିସ୍ତାନ । ପାକିସ୍ତାନ ପୁଣି ଭାରତକୁ ପରମାଣୁ ବୋମା ଆକ୍ରମଣର ଧମକ ଦେଇଛି । ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଖ୍ୱାଜା ଆସିଫ୍ କହିଛନ୍ତି ପାକିସ୍ତାନର ପରମାଣୁ ଆକ୍ରମଣ ଧମକକୁ ଯଦି ଭାରତ ଆସ୍ଫାଳନ ବୋଲି ଭାବୁଛି ତେବେ ଥରେ ଯୁଦ୍ଧ ଭୂମିରେ ଏହାର ପରୀକ୍ଷା କରି ଦେଖୁ । ଏହା ସହିତ ଆସିଫ୍ ଭାରତୀୟ ସ୍ଥଳ ସେନା ମୁଖ୍ୟ ବିପିନ ରାୱତଙ୍କ ବୟାନକୁ ଦାୟିତ୍ୱହୀନ ମନ୍ତବ୍ୟ ବୋଲି କହିଛନ୍ତି । ତେବେ ପୂର୍ବରୁ ଆସିଫ୍ ଭାରତକୁ ପରମାଣୁ ଧମକ ଦେଇଥିଲେ । ସେ ସମୟରେ ଆସିଫ୍ ପାକିସ୍ତାନର ରକ୍ଷାମନ୍ତ୍ରୀ ଥିଲେ ।

ସେହିପରି ଗତକାଲି ସେନାମୁଖ୍ୟଙ୍କ ବୟାନଙ୍କ ପରେ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ମହମ୍ମଦ ଫୈଜଲ କହିଥିଲେ ଏହାକୁ ହାଲୁକା ଭାବରେ ପାକିସ୍ତାନ ଗ୍ରହଣ କରିବ ନାହିଁ । ପାକିସ୍ତାନର ଶକ୍ତିକୁ ନେଇ ଭୁଲ ଆକଳନ କରାନଯାଉ । ପାକିସ୍ତାନ ନିଜର ରକ୍ଷା କରିବା ପାଇଁ ସକ୍ଷମ । ଗତକାଲି ବିପିନ୍ ପାକିସ୍ତାନର ପରମାଣୁ ଆକ୍ରମଣ ଧମକ ନେଇ ସମାଲୋଚନା କରିଥିଲେ । କହିଥିଲେ ସ୍ୱଳ୍ପ କ୍ଷମତା ସମ୍ପର୍ଣ୍ଣ କ୍ଷେପଣାସ୍ତ୍ରକୁ ନେଇ ପାକିସ୍ତାନ ଭାରତକୁ ଆକ୍ରମଣ ଧମକ ଦେଉଛି । ଯାହା ପାକିସ୍ତାନର ବୃଥା ଆସ୍ଫାଳନ ।