ତଥାଗତଙ୍କ ମୂଷିକ ଉପାଖ୍ୟାନ

39

କଟକ ଓ ସମ୍ବଲପୁର ସାଂସଦଙ୍କ ପରେ ପାଜେରୋ ଓ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ପ୍ରସଙ୍ଗରେ ମୁହଁ ଖୋଲିଲେ ଢ଼େଙ୍କାନାଳ ସାଂସଦ । ବ୍ୟଙ୍ଗାତ୍ମକ ଢଙ୍ଗରେ ତଥାଗତ ସତପଥୀ ଆପେକ୍ଷ କରି କହିଛନ୍ତି, ଗୋଦାମରେ ମୂଷା ପଶି ଖାଇଲେ ଗୋଦାମ ନଷ୍ଟ ହେବନି । କିଛି ମୂଷାଙ୍କ ଯୋଗୁଁ ଖାଦ୍ୟଶସ୍ୟ ନଷ୍ଟ ହେଉଛି । ମୂଷାମାନେ ଗୋଦାମକୁ ନଷ୍ଟ କରିପାରିବେ ନାହିଁ । ମୂଷାମାନେ ଆପେ ଯନ୍ତାରେ ପଡ଼ିଯିବେ ବୋଲି ତଥାଗତଙ୍କ ମନ୍ତବ୍ୟ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ସେହିପରି ମନ୍ତ୍ରୀ ଦାମୋଦର ରାଉତଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ତଥାଗତ । କହିଛନ୍ତି ନିଜ ଅତୀତକୁ ଅବଲୋକନ କରି ନେତାମାନେ ମାପିଚୁପି ମନ୍ତବ୍ୟ ରଖିବା କଥା । ଦାମ ରାଉତ କହିଥିଲେ ଯେ, ନବକୃଷ୍ଣ ଚୌଧୁରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବା ପରେ ସେ ଇସ୍ତଫା ଦେଇଥିଲେ । କିନ୍ତୁ ଏବେକାର ମନ୍ତ୍ରୀଙ୍କ ଭିତରେ ସେ ନୈତିକତା ନାହିଁ ।

ତେବେ ସାସଂଦ ତଥାଗତ ଶତପଥିଙ୍କ ପ୍ରତିକ୍ରିୟା ପରେ ଏହାର ଜବାବ୍ ରଖିଛନ୍ତି ଅବକାରୀ ମନ୍ତ୍ରୀ ଦାମୋଦର ରାଉତ । ତଥାଗତଙ୍କ ଇତିହାସ ବି ବହୁ ପୁରୁଣା ବୋଲି ଦାମ କହିଛନ୍ତି ।