ଦାମ,ଭର୍ତୁହରିଙ୍କ ପରେ ସଂଜୟଙ୍କୁ ଘେରିଲେ ନଗେନ୍ଦ୍ର

31

ଦଳ ଭିତରୁ ସିରିଜ୍ ଆଟାକ୍ । ଭର୍ତୃହରି ଓ ଦାମଙ୍କ ପରେ ପାଜେରୋ ପଲିଟିକ୍ସ ବିବାଦରେ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କୁ ଘେରିଲେ ସାଂସଦ ନଗେନ୍ଦ୍ର ପ୍ରଧାନ । ନଗେନ୍ଦ୍ର ଦେଇଛନ୍ତି, ରାମାୟଣର ଉଦାହରଣ । କହିଛନ୍ତି, ସୀତା, ସତୀ ହୋଇଥିଲେ ବି ରାମଚନ୍ଦ୍ରଙ୍କୁ ତାଂକୁ ତ୍ୟାଗ କରିବାକୁ ପଡିଲା ,ଏହା ଏକ ଆଦର୍ଶର କଥା । ସଂଜୟ ଦାମବର୍ମାଙ୍କ ଇସ୍ତଫା ପାଇଁ ଦଳ ବାହାରୁ ଚାପ ବଢୁଥିବା ବେଳେ ଏବେ ଦଳର ବରିଷ୍ଠ ନେତାଙ୍କ ଏଭଳି ଯୁକ୍ତି ସଂଜୟଙ୍କୁ ଆହୁରି ଅଡୁଆରେ ପକାଇଦେଇଛି । ସେପଟେ ବେଶ୍ କିଛି ଦିନ ପରେ ସଂଜୟ ମୁହଁ ଖୋଲିଛନ୍ତି । ଦୋହରାଇଛନ୍ତି, ଯଦି ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ ତେବେ ସେ ରାଜନୀତିରୁ ସନ୍ୟାସ ନେଇଯିବେ । ତେବେ ଏସବୁ ଭିତରେ ନଗେନ୍ଦ୍ରଙ୍କ ରାମାୟଣ ଚର୍ଚା ଆଜି ରାଜନୈତିକ ମହଲରେ ଚର୍ଚାର ବିଷୟ ପାଲଟିଯାଇଥିଲା ।